ଜିଲ୍ଲା ଯାଦବ ମହାସଭା ଓ ପୌରାଞ୍ଚଳ ଯାଦବ ମହାସଭା ତରଫରୁ କଣ୍ଟାବାଞ୍ଜି ବିଧାୟକଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା ଯାଦବ ମହାସଭା ଓ ପୌରାଞ୍ଚଳ ଯାଦବ ମହାସଭା ତରଫରୁ କଣ୍ଟାବାଞ୍ଜି ବିଧାୟକଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା । ଚଳିତ ସାଧାରଣ ନିର୍ବାଚନରେ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଦେଶର ନମ୍ବର ୱାନ ନେତା ବୋଲାଉଥିବା ନବୀନ ପଟ୍ଟନାୟକଙ୍କୁ ହରାଇଥିବା କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଜିଲ୍ଲା ଯାଦବ ମହାସଭା ଓ ପୌରାଞ୍ଚଳ ଯାଦବ ମହାସଭା ତରଫରୁ ମିଳିତ ଭାବରେ ଏକ କାର୍ୟ୍ୟକ୍ରମର ଆୟୋଜନ କରାଯାଇଥିଲା । ପୌରାଞ୍ଚଳ ଯାଦବ ମହାସଭା ର ସଭାପତି ସନ୍ଦୀପ ବାଗଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିବା ଏହି କାର୍ୟ୍ୟକ୍ରମରେ ଜିଲ୍ଲାର କୋଣ ଅନୁକୋଣ ରୁ ଯାଦବ ମାନେ ପହଞ୍ଚିଥିଲେ । କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ବଲାଙ୍ଗିର ସହରରେ ପ୍ରବେଶ କରିବା ପରେ ସ୍ମାର୍ଟ ପାର୍କ ଠାରୁ ଏକ ବିଶାଳ ବାଇକ ରାଲି ରେ ତାଙ୍କୁ ପାଛୋଟି ଆଣିଥିଲେ । ସମଲେଶ୍ୱରୀ ମନ୍ଦିର ଓ ଓ ପାଟଣେଶ୍ୱରୀ ମନ୍ଦିର ପରିଦର୍ଶନ କରିବା ପରେ ସେ କୋଶଳ କଳା ମଣ୍ଡଳରେ ପହଞ୍ଚିଥିଲେ। ଲକ୍ଷ୍ମଣ ବାଗ ଙ୍କୁ ଦେଖି ଜୟ ଯାଦବ ଜୟ ମାଧବ ନାରାରେ କୋଶଳ କଳା ମଣ୍ଡଳ ପଡିଆ କମ୍ପି ଉଠିଥିଲା । ଏହି ଅବସରରେ ଲକ୍ଷ୍ମଣ ବାଗ ଯାଦବ ମହାସଭା କୃତଜ୍ଞତା ଜଣାଇଥିଲେ ।

Leave A Reply

Your email address will not be published.