କଣ୍ଟାବାଞ୍ଜିର ବିଭିନ୍ନ ସ୍ଥାନରେ ବନ ମହୋତ୍ସବ ଅବସରରେ ଚାରାରୋପଣ

କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : ଜୁଲାଇ ମାସର ପ୍ରଥମ ସପ୍ତାହକୁ ବିଶ୍ୱ ବନ ମହୋତ୍ସବ ଭାବେ ପାଳନ କରାଯାଇଛି । ଏହି ପରିପ୍ରେକ୍ଷିରେ ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସିଭିଲ୍‌ କୋର୍ଟ ପରିସରରେ ବନ ମହୋତ୍ସବ ପାଳନ ଅବସରରେ ବନୀକରଣ କରାଯାଇଛି । ଏହି ବନୀକରଣରେ ସ୍ଥାନୀୟ ସିଭିଲ୍‌ କୋର୍ଟର ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ ଶ୍ରୀମତୀ ସ୍ୱାଗତି ଦାସ, ସବ୍‌ ଜଜ୍‌ ପରିତୋଷ ସେଠି, ଜେଏମ୍‌ଏଫ୍‌ସି ରାହୁଲ କୁମାର ଜେନା ବିଭିନ୍ନ ପ୍ରକାର ଚାରାରୋପଣ କରିଥିଲେ । ଏହି ବନ ମହୋତ୍ସବ ପାଳନ ଅବସରରେ ସ୍ଥାନୀୟ ଫରେଷ୍ଟ ରେଞ୍ଜ ଅଫିସର ଏସ୍‌. ସାହୁ, ଓକିଲ ସଂଘର ସମସ୍ତ ସଭ୍ୟା / ସଭ୍ୟ, କୋର୍ଟ କର୍ମଚାରୀ, ପାରାଲେଗାଲ୍‌ ଭୋଲେଂଟିୟର ମାନେ ବିଭିନ୍ନ ପ୍ରକାର ଚାରାରୋପଣ କରିଥିଲେ । ସେହିପରି ତୁରେକେଲା ବ୍ଲକର ଉପାନ୍ତ ମାଓ ପ୍ରବଣ ଅଂଚଳ କମେଇମୁଣ୍ଡା ପଂଚାୟତର ରହେନଭଟା ଗ୍ରାମରେ ମଧ୍ୟ ବନ ମହୋତ୍ସବ ପାଳନ ଅବସରରେ ଚାରାରୋପଣ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥୀଭାବେ କଣ୍ଟାବାଞ୍ଜି ରେଞ୍ଜ ସଦର ଫରେଷ୍ଟର ନାପ ହରପାଳ ମୁଖ୍ୟ ଅତିଥୀଭାବେ ଯୋଗଦେଇ ଚାରାରୋପଣ କରିଥିଲେ । କାର୍ଯ୍ୟକ୍ରମଟିକୁ ଆମ ଜଙ୍ଗଲ ଯୋଜନାର ସଭାପତି ଏବଂ ଜଙ୍ଗଲ ସୁରକ୍ଷା ସମିତିର କର୍ମକର୍ତ୍ତା ସହ ଗ୍ରାମବାସୀ ସହଯୋଗ କରିଥିଲେ । ସେହିପରି ମାନ୍ଦଲା ଗ୍ରାମସ୍ଥିତ ସରକାରୀ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟତ୍ରୀ ଏବଂ ଛାତ୍ରୀଛାତ୍ର ମାନେ ଗ୍ରାମବାସୀଙ୍କ ସହଯୋଗରେ ବନ ମହୋତ୍ସବ ପାଳନ ଅବସରରେ ବନୀକରଣ କରିଛନ୍ତି । ପୁଣି ସ୍ଥାନୀୟ ଅବକାରୀ ଥାନା ପରିସରରେ ଅବକାରୀ କର୍ମଚାରୀ ମାନଙ୍କ ଦ୍ୱାରା ମଧ୍ୟ କାର୍ଯ୍ୟାଳୟ ପରିସରରେ ଚାରାରୋପଣ କରିଥିଲେ । ଏହି କାର୍ଯ୍ୟକ୍ରମଟିକୁ ଅବକାରୀ ଥାନା ଅଧିକାରୀ ପ୍ରବୀଣ କୁମାର ସାହୁ ଏବଂ ଅନ୍ୟ କର୍ମଚାରୀଙ୍କ ସହଯୋଗରେ ଶତାଧିକ ଚାରାରୋପଣ କରାଯାଇଛି ।

Leave A Reply

Your email address will not be published.