ରେଡ୍‌କ୍ରସ୍‌ ତରଫରୁ ରଥଯାତ୍ରା ଉପଲକ୍ଷେ ସାମାଜିକ ସେବା ଶିବିର ଉଦ୍‌ଘାଟିତ

ପୁରୀ : ଭାରତୀୟ ରେଡ୍‌କ୍ରସ୍‌ ସୋସାଇଟି ଓଡ଼ିଶା ରାଜ୍ୟ ଶାଖା ତରଫରୁ ପବିତ୍ର ରଥଯାତ୍ରା ଉପଲକ୍ଷେ ସାମାଜିକ ସେବା ଶିବିର ଗୋପବନ୍ଧୁ ଆୟୁର୍ବେଦିକ ମହାବିଦ୍ୟାଳୟ ଠାରେ ଉଦ୍‌ଘାଟିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ମହାମହିମ ଓଡ଼ିଶାର ରାଜ୍ୟପାଳ ରଘୁବର ଦାସ ଯୋଗଦେଇ ଶିବିରକୁ ଉଦ୍‌ଘାଟନ କରିଥିଲେ । ଅନ୍ୟ ସମ୍ମାନିତ ଅତିଥିଭାବେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଓ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ଓଡ଼ିଶାର ସମସ୍ତ ଜିଲ୍ଲାରୁ ରେଡ୍‌କ୍ରସ୍‌ ସ୍ୱେଚ୍ଛାସେବୀ ମାନେ ଯୋଗ ଦେଇଥିଲେ । ରଥଯାତ୍ରା ସମୟରେ ସ୍ୱେଚ୍ଛାସେବୀମାନେ ବିପତ୍ତି ବିପର୍ଯ୍ୟୟ ପରିଚାଳନା, ପ୍ରାଥମିକ ଚିକିତ୍ସା, ପାଣି ସିଞ୍ଚନ, ପାଣି ବଣ୍ଟନ, ସଫେଇ କାର୍ଯ୍ୟ, ବୃଦ୍ଧବୃଦ୍ଧା ତଥା ଅସହାୟ ବ୍ୟକ୍ତି ବିଶେଷ ମାନଙ୍କୁ ସହାୟକ ହୋଇ ସାହାଯ୍ୟ କରି କାର୍ଯ୍ୟ ସମାପନ କରିବେ । ଭାରତୀୟ ରେଡ୍‌କ୍ରସ୍‌ ସୋସାଇଟିର ଅବୈତନିକ ସଚିବ ବିଭୁତି ଭୂଷଣ ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ କାର୍ଯ୍ୟକ୍ରମକୁ ଓଡ଼ିଶାର ଯୁବ ରେଡ୍‌କ୍ରସ୍‌ର ସଂଯୋଜକ ରମେଶ ବେହେରା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ମାଷ୍ଟର ଟ୍ରେନ୍‌ର ଗୋପାଳ ମିଶ୍ର ଓ ଜୁନିଅର୍‌ ରେଡ୍‌କ୍ରସ୍‌ ଅଫିସର ଲକ୍ଷ୍ମଣ ସ୍ୱାଇଁ କର୍ଯ୍ୟକ୍ରମରେ ସହଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ୭୦୦ରୁ ଅଧିକ ରେଡ୍‌କ୍ରସ୍‌ ସ୍ୱେଚ୍ଛାସେବୀ ସାମାଜିକ ଶିବିରରେ ଯୋଗ ଦେଇଛନ୍ତି ।

Leave A Reply

Your email address will not be published.