ପିସି କାରବାର ଉପରେ ଜିଲ୍ଲାପାଳଙ୍କୁ ତଦନ୍ତ କରିବାକୁ କହି ତାଗିଦ୍ କଲେ ସାଂସଦ ପ୍ରଦୀପ ପୁରୋହିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲାପାଳଙ୍କୁ ପାଇକମାଲ ବ୍ଲକରେ ହୋଇଥିବା ପିସି କାରବାର ଉପରେ ତଦନ୍ତ କରିବାକୁ ବରଗଡ଼ ଜିଲ୍ଲାପାଳଙ୍କୁ ବୈଠକର ମଞ୍ଚ ଉପରେ ଅନୁରୋଧ କରି ଉପସ୍ଥିତ ବିଡ଼ିଓ ଏବଂ ସରକାରୀ କର୍ମଚାରୀଙ୍କୁ ତାଗିଦ୍ କଲେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ । ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍ଲକରେ ଶୁଭାରମ୍ଭ ହେଉଥିବା ନୂଆ ଯୋଜନା ସମ୍ପୂର୍ଣ୍ଣତା ଅଭିଯାନର ଶୁଭାରମ୍ଭ ଦିବସ ବୈଠକରେ ଏଭଳି ତାଗିଦ୍ କରି ପାଇକମାଲ ବ୍ଲକରେ ହୋଇଥିବା ଦୁର୍ନୀତି ଓ ପିସି କାରବାର ସହ ଛତୁଆ ଉପରେ ତଦନ୍ତ କରିବାକୁ ମଞ୍ଚରେ ବକ୍ତବ୍ୟ ରଖି ଜିଲ୍ଲାପାଳ ଆଦିତ୍ୟ ଗୋୟଲଙ୍କୁ ଅନୁରୋଧ କରିଛନ୍ତି ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ । ବୈଠକ ଚାଲିଥିବା ସମୟରେ ସାଂସଦ ତାଙ୍କ ବକ୍ତବ୍ୟରେ ଉପସ୍ଥିତ ସମସ୍ତ ଅଧିକାରୀଙ୍କୁ କହିଛନ୍ତି ଯେ, ଏଠାରେ ମୁଁ କହିବାକୁ ଚାହେଁ ଯେ, ଜିଲ୍ଲାପାଳଙ୍କ ସାଙ୍ଗରେ ଏକ ବୈଠକରେ ବସିଥିଲି । ଏବେ ବି ବସିଛନ୍ତି । ଅତିତରେ ଦୀର୍ଘ ବର୍ଷ ଧରି ଏକ ସରକାର ଚାଲିଥିଲା । ଅଧିକାରୀ ମାନେ ଚାପ ଗ୍ରସ୍ତ ହୋଇ କାର୍ଯ୍ୟ କରୁଥିଲେ । ଜିଲ୍ଲାପାଳ ଓ ଏସ୍ପି ନିର୍ଦ୍ଦେଶରେ ଚାପ୍ ଗ୍ରସ୍ତ ହୋଇ ବାଧ୍ୟ ବାଧକତାରେ କାର୍ଯ୍ୟ କରୁଥିଲେ । ଏବେ ଅଧିକାରୀ ମାନେ ଚାପ ମୁକ୍ତ ଅଛନ୍ତି । ସମସ୍ତେ ଅଧିକାରୀ ଭଲ, ଆମର ଦୁଇଜଣ ଆଇ ଏ. ଏସ୍. ଅଛନ୍ତି । ଜିଲ୍ଲାପାଳ ଅଛନ୍ତି ଭଲ କାମ କରନ୍ତି ଅନ୍ୟ ଜଣେ ପଦ୍ମପୁର ଏଡିଏମ୍ ଜଣେ ଭଲ ଅଧିକାରୀ ଅଛନ୍ତି । ଆଗାମୀ ଦିନରେ ଭଲ ପଦବୀରେ ରହିବେ । ନରେନ୍ଦ୍ର ମୋଦିଜୀଙ୍କ ସରକାରରେ ଅର୍ଥର ଅଭାବ ନାହିଁ । ଚତୁର୍ଦ୍ଦଶ ଓ ପଞ୍ଚଦଶ ଅର୍ଥ କମିଶନରେ ଅଧିକ ଟଙ୍କା ଆସିବ ଅଧିକାରୀଙ୍କ ନେତୃତ୍ୱରେ ଭଲ କାମ ହେବ । ମାନନୀୟ ଜିଲ୍ଲାପାଳ ତଦନ୍ତ କରିବେ କହି ବ୍ଲକରେ ପିସି କାରବାରରେ ବ୍ଲକ ଚେୟାରମେନ୍‌ ୫ ପ୍ରତିଶତ, ବିଡ଼ିଓ ୩ ପ୍ରତିଶତ ନାଚଲେ, ସରକାରୀ ଟଙ୍କା ଖାଇଦେବେ । ନାଇଚଲେ ତଳସ୍ତର ପର୍ଯ୍ୟନ୍ତ କାମ ଯିବା ପଇସା ଖାଇଦେବେ, ସସ୍‌ପେଣ୍ଡ ହୋଇଯିବେ, ଭିଜିଲାନ୍ସ କେଶ୍ ହୋଇଯିବ ଆପଣମାନେ ଶୁଣିଯାନ୍ତୁ ଯେଉଁ ଅଧିକାରୀ ମାନେ ଏଠି ଅଛନ୍ତି ଜିଲ୍ଲାପାଳଙ୍କ ସମ୍ମୁଖରେ କହୁଛି ବୋଲି ସମସ୍ତଙ୍କୁ ତାଗିଦ୍ କରି କହିଥିଲେ । ଆହୁରି ଅଙ୍ଗନୱାଡ଼ି କର୍ମଚାରୀ ଓ ଆଶା ମାନଙ୍କ କାମକୁ ପ୍ରଶଂସା କରିଥିବା ବେଳେ ମାତୃ ମଙ୍ଗଳ ନାମରେ ଛତୁଆ ଉପରେ ଜିଲ୍ଲାପାଳ ତଦନ୍ତ କରିବାକୁ କହିଥିଲେ । ମୋଟାମୋଟି ଭାବରେ ପାଇକମାଲ ବିଡ଼ିଓ ଉକ୍ତ ବୈଠକରେ ସବୁଠାରୁ ଅଧିକ ଚାପଗ୍ରସ୍ତ ଥିବାର ଦେଖାଯାଇଥିଲା । ସାଂସଦଙ୍କ ଏଭଳି ବକ୍ତବ୍ୟକୁ ନେଇ ବିଜେପି କର୍ମୀ ମହଲରେ ଉତ୍ସାହ ଦେଖାଦେଇଥିବା ବେଳେ ବ୍ଲକ କର୍ମଚାରୀ ମଧ୍ୟରେ କୋକୁଆଭୟ ଦେଖା ଦେଇଛି ।

Leave A Reply

Your email address will not be published.