csstore

ବିଶିଷ୍ଟ ସାହିତ୍ୟିକ ସ୍ଵର୍ଗତ ବିଧୁଭୂଷଣ ଗୁରୁଙ୍କ ୫୧ତମ ତିରୋଧାନ ଦିବସ ପାଳିତ

ତୁଷୁରା, (କେପିଏନ୍‌ଏସ୍‌) : ତୁଷୁରା ମାଟିର ସୁଯୋଗ୍ୟ ସନ୍ତାନ ବିଶିଷ୍ଟ ସାହିତ୍ୟିକ, ଆଦର୍ଶ ଶିକ୍ଷକ, ରାଜନୈତିଜ୍ଞ, ସମାଜସେବୀ ତଥା ଅଭିନେତା, ନିର୍ଦ୍ଦେଶକ ସ୍ଵର୍ଗତ ବିଧୁଭୂଷଣ ଗୁରୁଙ୍କ ୫୧ତମ ତିରୋଧାନ ଦିବସ ତୁଷୁରା ଅଗ୍ରସେନ ଭବନ ଠାରେ ବିଧୁଭୂଷଣ ସାହିତ୍ୟ ସଂସଦର ସଭାପତି ଅଖିଳ କୁମାର ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ମହା ସମାରୋହରେ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସାହିତ୍ୟିକ ଓଡିଶା ସାହିତ୍ୟ ଏକାଡେ଼ମୀ ଦ୍ୱାରା ସମ୍ମାନ ପ୍ରାପ୍ତ ସାରସ୍ଵତ ସାଧକ ତୁଳସୀ ଜୈନ ଯୋଗଦେଇ ସ୍ଵର୍ଗତ ଗୁରୁଙ୍କ ସ୍ମୃତି ଚାରଣ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଅନୁଷ୍ଠାନର ସଂପାଦକ ଆଶୁକବି ହେମନ୍ତ ଦାଶ ସଭା ସଞ୍ଚାଳନ କରିଥିଲେ । ଏଥିରେ ସମ୍ଵାଦ ସାହିତ୍ୟ ଘରର ସଭାପତି କବି ଶ୍ୟାମସୁନ୍ଦର ପ୍ରଧାନ, ସନ୍ତୋଷ କୁମାର ବେହେରା, ଦେବାଶିଷ ମହାପାତ୍ର, ପ୍ରହଲ୍ଲାଦ ଦଣ୍ଡସେନା, କ୍ଷୀରେଶ୍ଵର ଦଳବେହେରା, କବୟିତ୍ରୀ କନକଲତା ପଣ୍ଡା ଓ ହୀରାବତୀ ସାହୁ ପ୍ରମୁଖ ଯୋଗଦେଇ ସ୍ଵର୍ଗୀୟ ଆତ୍ମାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଶେଷରେ ଭକ୍ତବନ୍ଧୁ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.