oom

ବ୍ଲକସ୍ତରୀୟ ବକ୍ତୃତା, କବିତା ଆବୃତ୍ତି, ସାଧାରଣ ଜ୍ଞାନ ଓ ଓଡ଼ିଆ ପ୍ରବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ

jsmm

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସଦର ଠାରେ ଥିବା ବଙ୍ଗୋମୁଣ୍ଡା ଚମାର ମେହେର ଉଚ୍ଚ ବିଦ୍ୟାଳୟ ଠାରେ ଆଜି ବ୍ଲକସ୍ତରୀୟ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ବଙ୍ଗୋମୁଣ୍ଡା କ୍ଲଷ୍ଟରର ସିଆର୍‌ସିସି ଜିତାମିତ୍ର ବିଶିଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ବଙ୍ଗୋମୁଣ୍ଡା ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଚୈତନ୍ୟ ଧରୁଆ, ବିଶେଷ ଅତିଥି ଅରୁଣ ଯୋଶୀ, ସମ୍ମାନିତ ଅତିଥି ପ୍ରଧାନ ଶିକ୍ଷକ ପଙ୍କଜ ମେହେର ପ୍ରମୁଖ ଅତିଥି ଭାବେ ଯୋଗଦେଇ ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିଥିଲେ । ବିଚାରକ ଭାବେ ବିଶିଷ୍ଟ ଶିକ୍ଷାବିତ ଡ. ନାରାୟଣ ମିଶ୍ର, ମୁଣ୍ଡପଦର ସିଆର୍‌ସିସି ନଳ ଭୋଇ, ଶିକ୍ଷକ ଟେପରା ସାହୁ, ମମତା ମେହେର ପ୍ରମୁଖ ବିଚାରକ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ । ବକ୍ତୃତା, କବିତା ଆବୃତ୍ତି, ସାଧାରଣ ଜ୍ଞାନ, ଓଡ଼ିଆ ପ୍ରବନ୍ଧ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀ ମାନେ ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବେ ବୋଲି ସୂଚନା ମିଳିଛି । ଏହି କାର୍ଯ୍ୟକ୍ରମରେ ଶିକ୍ଷକ ମହେଶ କୁମାର ବାଗ, ଜଳନ୍ଧର ଛତ୍ରିଆ, ଧରଣୀଧର ପଣ୍ଡା, ଭାସ୍କର ପ୍ରଧାନଙ୍କ ସହ କର୍ମଚାରୀ ମାନେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.