csstore

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଟିଏ ଓଡ଼ିଶାର ଦ୍ଵିତୀୟ ଏମ୍ସ ପଦ୍ମପୁର ସ୍ଥାପନ କରାଯାଉ : ଆଶିଷ ଜ୍ୟୋତିଷ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଦାଦନ ପ୍ରବଣ ଅଞ୍ଚଳ ପଦ୍ମପୁର ଠିକ୍ ଭାବେ ନାଁ ସ୍ୱାସ୍ଥ୍ୟ ସେବା ଅଛି ନାଁ ଆର୍ଥିକ ସ୍ଥିତି ଠିକ୍ ଭାବେ ଅଛି ମରୁଡି ପ୍ରପିଡିତ ଓ ଅବହେଳିତ ଅଞ୍ଚଳ ଅଟେ । ଏହି ଅଞ୍ଚଳର ଜନସାଧାରଣ ଅଧିକାଂଶ ଗରୀବ ଅଟନ୍ତି । ଏଠାକାର ରୋଗୀ ଉନ୍ନତ ଚିକିତ୍ସା ନିମନ୍ତେ ବହୁ ଦୂର ଦୂରାନ୍ତକୁ ଯିବାକୁ ପଡିଥିବାରୁ ଚିକିତ୍ସା ଅବହେଲା ଓ ଆର୍ଥିକ ସମସ୍ୟା ଯୋଗୁଁ ରୋଗି ମୃତ୍ୟୁ ମୁଖରେ ପଡୁଛନ୍ତି । ଏହି ଦାଦନ ପ୍ରବଣ ଅଞ୍ଚଳ ପାଇଁ ଏଠାରେ କୌଣସି ଭଲ ଡାକ୍ତରଖାନା ନାହଁ । ସେହି ଦୃଷ୍ଟିରୁ ଏଠାରେ ଓଡିଶାର ଦ୍ୱିତୀୟ ଏମ୍ସ ଖୋଲା ଯିବ ଉପଯୁକ୍ତ ପଦକ୍ଷେପ ହେବ । ଏହା ହେଲେ ନୂଆପଡା, କଳାହାଣ୍ଡି, ବରଗଡ଼, ବଲାଙ୍ଗିର, ସୋନପୁର, ସମ୍ବଲପୁର, ବୌଦ୍ଧ ଜିଲ୍ଲାଙ୍କ ସମେତ ଛତିଶଗଡ ରାଜ୍ୟର ମହାସମନ ଓ ରାୟଗଡ଼ ଜିଲ୍ଲାର ରୋଗୀ ମାନେ ସହଜରେ ଚିକିତ୍ସା ଲାଭ ପାଇ ପାରିବେ । ପଦ୍ମପୁର ଠାରେ ସତିଭଟା ବିମାନ ଉଡାଣ ଓ ଅବତରଣ କେନ୍ଦ୍ର ଥିବାରୁ ଅଭିଜ୍ଞ ଡାକ୍ତରଙ୍କ ଆସିବାରେ କୌଣସି ଅସୁବିଧା ହେବ ନାହଁ । ତେଣୁ ବରଗଡ଼ ଜିଲ୍ଲାର ପଦ୍ମପୁର ଠାରେ ଓଡ଼ିଶାର ଦ୍ୱିତୀୟ ଏମ୍ସ ସ୍ଥାପନ କରାଯାଉ ବୋଲି ବରଗଡ଼ ଜିଲ୍ଲାର ଗାଇସିଲେଟ ବ୍ଲକର ଅନ୍ତର୍ଗତ କଟାବାହାଲ ପଞ୍ଚାୟତ ଅଧିନରେ ଥିବା ଯୁବାଖୋଲ ଗ୍ରାମର ଆଇନ ଛାତ୍ର ଆଶିଷ ଜ୍ୟୋତିଷ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଟିଏ ଲେଖିଛନ୍ତି ।

jayashree
Leave A Reply

Your email address will not be published.