ରେଳ ଲାଇନ୍‌ରୁ ଅଜଣା ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର

କଂଟାବାଂଜି, (ମନୀଶ କୁମାର ହଂସ) : କଂଟାବାଂଜି-ରାୟପୁର ସେକ୍ସନର ରେଲୱେ କି.ମି. ଖମ୍ବ ନଂ.୧୭୪/୨ ଓ ୧୭୪/୩ ମହୁଲବାହାଲି ନିକଟରେ ଜଣେ ଅଜଣା ବ୍ୟକ୍ତି(ପାଖାପାଖି ୫୦)ର ମୃତ ଦେହ ରେଳ ଲାଇନ୍‌ କଡ଼ରୁ ଜି.ଆର.ପି. କଂଟାବାଂଜି ଉଦ୍ଧାର କରିଛି । ମୃତକଙ୍କର କୌଣସି ପରିଚୟ ମିଳି ପାରିନାହିଁ । ଏହା ଉପରେ କଂଟାବାଂଜି ଜି.ଆର.ପି. କେସ ନଂ.୦୧/୨୦ ଅପମୃତ୍ୟୁ ମାମଲା ରୁଜୁ କରି ଅଧିକ ଅନୁସଂଧାନ ଜାରି ରଖିଛି । ମୃତକଙ୍କ ଶବକୁ ସ୍ଥାନୀୟ ସରକାରୀ ଡାକ୍ତରଖାନାରେ ବ୍ୟବଛେଦ କରାଯାଇଥିବା ଜି.ଆର.ପି. ପୋଲିସ କଂଟାବାଂଜି ଦେଇଥିବା ସୂଚନାରୁ ଜଣାପଡିଛି ।

Leave A Reply

Your email address will not be published.