oom

ଆଟଗାଁ ଜଗନ୍ନାଥ ମନ୍ଦିର ରଥ ଓ ମହାପ୍ରଭୁଙ୍କ ହାତ ଭାଙ୍ଗି ଯାଇଥିବାରୁ ଦେବାଳୟ ସୁରକ୍ଷା କମିଟିର ବୈଠକ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଆଟଗାଁ ମନ୍ଦିରରେ ଦେବାଳୟ ସୁରକ୍ଷା କମିଟି ଏବଂ ଦୁର୍ଗାପୂଜା କମିଟି ଗ୍ରାମବାସୀଙ୍କ ମଧ୍ୟରେ ମିଳିତ ବୈଠକ ଅନୁଷ୍ଠିତ ହୋଇଯାଇଛି । ଦେବୋତ୍ତର ବିଭାଗ ଅଧିନରେ ବଲାଙ୍ଗିର ଆଟଗାଁ ମନ୍ଦିର ମଧ୍ୟ ଥିବାରୁ ଜଗନ୍ନାଥ ମନ୍ଦିର ସମ୍ପର୍କରେ ସୂଚନା ଆଧାରରେ ତଥ୍ୟ ମଗାଯାଇଥିବାରୁ ଗ୍ରାମବାସୀଙ୍କ ସମ୍ମୁଖରେ ସୂଚନା ପ୍ରଦାନ କରାଯାଇଥିଲା । ଆଟଗାଁ ମନ୍ଦିର ଜମି ୨୦ ଏକର ୭୭ ଡିସିମିଲ ଅଛି ଏବଂ ରାଧାମାଧବ ମନ୍ଦିର ଦେବୋତ୍ତର ମନ୍ଦିର ଥିବାରୁ ରାଜା ପୃଥ୍ୱୀରାଜ ସିଂଦେଓଙ୍କ ଅମଲରୁ ୧୯୧୫ ମସିହାରେ ମନ୍ଦିର ନିର୍ମାଣ ହୋଇଥିବା ବେଳେ ବଲାଙ୍ଗିରର ତତ୍କାଳିନ ଉପଜିଲ୍ଲାପାଳ ତାରାପ୍ରସାଦ ଦତ୍ତ ୧୯୮୭ ରେ ପୂର୍ଣ୍ଣ ମନ୍ଦିର ପୁଣି ନିର୍ମାଣ କରାଯାଇଥିଲା । ଦୀର୍ଘ ବର୍ଷ ହେଲାଣି ଏବେ ମନ୍ଦିର ବିପଦମୂଳରେ ଥିବାରୁ ଗ୍ରାମବାସୀ ଆଜି ଦେବାଳୟ ସୁରକ୍ଷା କମିଟି ସହ ଆଲୋଚନା କରିଥିଲେ । ମନ୍ଦିର ବର୍ଷା ପାଣି ପ୍ରବେଶ କରୁଥିବା ବେଳେ ମାଉସୀ ମାଁ ମନ୍ଦିର ନାହିଁ । ରୋଷେଇ ଘରରେ ଏବଂ ମନ୍ଦିରରେ ଫାଟ ସୃଷ୍ଟି ହୋଇଥିବାରୁ ଏବଂ ବାରମ୍ବାର ପ୍ରଶାସନକୁ ଅଭିଯୋଗ କଲେ ମଧ୍ୟ ରଥ ସମ୍ପୂର୍ଣ୍ଣ ଭାଙ୍ଗିଯାଇଛି ଏବଂ ମହାପ୍ରଭୁଙ୍କ ହାତ ମଧ୍ୟ ଭାଙ୍ଗି ଯାଇଛି । ଏ ବିଷୟରେ ବାରମ୍ବାର ଅଭିଯୋଗ କଲେ ମଧ୍ୟ ପ୍ରଶାସନ କର୍ଣ୍ଣପାତ କରୁନାହିଁ । ଦେବାଳୟ ସୁରକ୍ଷା କମିଟିର ନଗେନ୍ଦ୍ର କବାଟ, ପ୍ରଶାନ୍ତ ମହାକୁର, ଶମ୍ଭୁ ପ୍ରସାଦ ଶତପଥି ସୂଚନା ଆଧାରରେ ସର୍ବ ସମ୍ମତିକ୍ରମେ ୨୦୧୯ରୁ ୨୦୨୨ ପର୍ଯ୍ୟନ୍ତ ରଥ ଖର୍ଚ୍ଚ ହୋଇଥିବା ତଥ୍ୟ ଆଧାରରେ ସୂଚନା ପ୍ରଦାନ କରିଥିଲେ । ୨୦୧୯ରେ ବଲାଙ୍ଗିରରୁ ଆଟଗାଁରେ ରଥଯାତ୍ରାରେ ୨ ଲକ୍ଷ ୪୧ ହଜାର ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ୨୦୨୦ରେ ଆଟଗାଁ ୧୭ ହଜାର ଟଙ୍କା ଏବଂ ଗୋପାଳଜୀ ମନ୍ଦିର ରଥ ୪୦ ହଜାର ଟଙ୍କା, ସେହିପରି ୨୦୨୧ରେ ଆଟଗାଁ ମନ୍ଦିର ଓ ଗୋପାଳଜୀ ମନ୍ଦିର ୫୭ ହଜାର ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ୨୦୨୨ରେ ୨ ଲକ୍ଷ ୪୭ ହଜାର ୭୨୪ ଟଙ୍କା ଖର୍ଚ୍ଚ ହୋଇଥିବା ସୂଚନା ପ୍ରଦାନ କରିଛନ୍ତି । ଆଟଗାଁର ପୂଜକ ଆନନ୍ଦ ଚନ୍ଦ୍ର ମିଶ୍ର ଏବଂ ଗ୍ରାମବାସୀ ଏହି ଖର୍ଚ୍ଚ ହୋଇ ନାହିଁ ସମ୍ପୂର୍ଣ୍ଣ ମିଥ୍ୟା ଏବଂ ହରିଲୁଟ ହୋଇଛି ବୋଲି ଗ୍ରାମବାସୀ ଦାବି କରିଥିଲେ । ନାଗରିକ କମିଟିର ସଂପାଦକ ମଧୁସୂଦନ ନାୟକ, ସୁରେନ୍ଦ୍ର ନେଗୀ, ପ୍ରଶନ୍ନ ମିଶ୍ର, ପ୍ରଶନ୍ନ ପଟେଲ, ଆନନ୍ଦ ମାଝି, ଆଦିତ୍ୟ କୁମାର ପଣ୍ଡା, ରଘୁ ପଟେଲ, ରାଜିନ୍ଦ୍ର ବାଗ, ପ୍ରଦୀପ ବେହେରା, ପ୍ରଶାନ୍ତ କୁମାର ନାଏକ, ସୀତାକାନ୍ତ କୁଅଁର, ହରେକୃଷ୍ଣ ନାଥ, ଶିବଶଙ୍କର ପଟେଲ, ସୁନିଲ ବାଗ, ରୋହିତ ନାଗ, ସରପଂଚଙ୍କ ସ୍ୱାମୀ ପ୍ରଶାନ୍ତ କୁମାର ନାଏକ ଏବଂ ଗ୍ରାମବାସୀ ଉପସ୍ଥିତ ଥିଲେ । ଏ ଦିଗରେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ଦେବା ପାଇଁ ଗ୍ରାମବାସୀମାନେ ନିଷ୍ପତ୍ତି ନେଇଛନ୍ତି ।

jittmm
Leave A Reply

Your email address will not be published.