csstore

ମିଶନ ପ୍ଲାଣ୍ଟେସନ୍‌ ବୃକ୍ଷ ହିଁ ଜୀବନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ମିଶନ ପ୍ଲାଣ୍ଟେସନ୍‌ ବୃକ୍ଷ ହିଁ ଜୀବନ, ବୃକ୍ଷ ବିନା ଜୀବଜଗତ ବଞ୍ଚିବା ଅସମ୍ଭବ, ଆଧୁନିକ ଯୁଗରେ ମଣିଷ ସୌନ୍ଦର୍ଯ୍ୟକୁ ପ୍ରାଥମିକତା ଦେବା କାରଣରୁ ବର୍ଷ ବର୍ଷ ଧରି ଲୋକଙ୍କୁ ଛାଇ ଯୋଗାଉ ଥିବା ଗଛକୁ ମଧ୍ୟ କାଟି ଧ୍ୱସଂ କରାଯାଉଛି । ଯାହା ଫଳରେ ପ୍ରତ୍ୟେକ ବର୍ଷ ଗ୍ରୀଷ୍ମ ଋତୁରେ ସୂର୍ଯ୍ୟ ତାପ ପ୍ରଚଣ୍ଡ ହେଉଛି । ପ୍ରଚଣ୍ଡ ରୌଦ୍ର ତାପରେ ଜନ ଜୀବନ ଅସ୍ତବ୍ୟସ୍ତ ହେବାରେ ଲାଗିଛି । ଜଙ୍ଗଲ ନଷ୍ଟ ହେବାରୁ ବନ୍ୟ ଜନ୍ତୁ ଗାଁ ମୁହାଁ ହେଉଛନ୍ତି ଏବଂ ଲୋକଙ୍କ ଜୀବନ ପ୍ରତି ବିପଦ ବଢି ଚାଲିଛି । ଏ ପ୍ରକାର ସମସ୍ୟା ଯୋଗୁଁ ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ଅର୍ନ୍ତଗତ ବୁରୋମୁଣ୍ଡା ଗ୍ରାମର ଯୁବ ସମାଜସେବୀ ଯଜ୍ଞେଶ୍ଵର ପଧାନଙ୍କ ଆହ୍ୱାନରେ ଗାଇସିଲେଟ ବ୍ଲକର ସଚେତନ ଯୁବକ ମାନଙ୍କୁ ନେଇ ଏକ ନିଆରା ପ୍ରୟାସ ମିଶନ ପ୍ଲାଣ୍ଟେସନ୍‌ ହାତକୁ ନେଇଛନ୍ତି । ଏଥିରେ ଆଗାମୀ ଦୁଇ ମାସ ମଧ୍ୟରେ ୫୦,୦୦୦ ମଞ୍ଜି ପୋତିବା ସହିତ ବୃକ୍ଷ ରୋପଣ କରିବାର ଯୋଜନା କରାଯାଇଛି । ଏହି କାର୍ଯ୍ୟକ୍ରମ ଆଜି ଗାଇସିଲେଟ ବ୍ଲକ ଜଗଳପାଟ ଗ୍ରାମରୁ ଆରମ୍ଭ କରାଯାଇଥିଲା । ଜଗଳପାଟ ଗ୍ରାମରୁ ଅନେକ ଯୁବକ ନିଜେ ମଞ୍ଜି, ଖତ, ଚାରା, କୋଦାଲ ବାହାର କରି ଗାଁ ରାସ୍ତା କଡ, ଛକ, ଜଙ୍ଗଲକୁ ଯାଇ ବୃକ୍ଷରୋପଣ ଏବଂ ୬୦୦ ମଞ୍ଜି ପୋତି ଥିଲେ । ସଚେତନ ଯୁବକମାନେ ଏହି କାର୍ଯ୍ୟକ୍ରମ ଗାଇସିଲେଟ ବ୍ଲକର ପ୍ରତ୍ୟେକ ଗାଁରେ କରିବାର ଯୋଜନା ରଖିଛନ୍ତି । ଏହି କାର୍ଯ୍ୟକ୍ରମରେ ଗ୍ରାମର ହେମନ୍ତ, ଯୋଗେନ୍ଦ୍ର, କୈଳାଶ, ଜୁଗିନ, ବାହାଦୁର, ସୋଭାକର, ବିଜୁ, ଟୁଲୁ, ସଦାଶିବ, ମାଖନ, ଭୋଜରାଜ, ହିତିକ, ଜିତ, ଫୁକୁଳ, ଯୁଧିଷ୍ଟିର, ଯୁବରାଜ, ବୁଧୁ ଯୋଗଦାନ କରିଥିଲେ ଏବଂ ସଂଜୟ ଜରଜରିଆ, ବିପିନ ସାହୁ, ତନ୍ମୟ ପୁରୋହିତ ଏବଂ ସୁକେସ ଥପା ଯୋଗଦାନ କରି କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।

jayashree
Leave A Reply

Your email address will not be published.