csstore

ପଶ୍ଚିମ ଓଡିଶା ମହିଳା ସଂଗଠନର କାର୍ଯ୍ୟକାରିଣୀ ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଯାଦବ ଭବନ ବଲାଙ୍ଗିର ଠାରେ ପଶ୍ଚିମ ଓଡିଶା ମହିଳା ସଂଗଠନର କାର୍ଯ୍ୟକାରିଣୀ ବୈଠକ ସଭାନେତ୍ରୀ ସବିତା ନନ୍ଦଙ୍କ ସଭାପତିତ୍ୱରେ ସମସ୍ତ ସଭ୍ୟବୃନ୍ଦ ଉପସ୍ଥିତ ରହି କିଭଳି ଭାବରେ ସଂଗଠନ ପ୍ରଥମେ ବଲାଙ୍ଗିର ଜିଲ୍ଲା ଏବଂ ପରବର୍ତ୍ତି ସମୟରେ ପଶ୍ଚିମ ଓଡିଶା ସ୍ତରରେ ସୁଦୃଢ ରିହେବ ତାର ରୂପରେଖ ପ୍ରସ୍ତୁତିରେ ମତ ପୋଷଣ କରିଥିଲେ । ଆଗାମୀ ଦିନରେ ମହିଳାଙ୍କ ଅଧିକାର ଏବଂ ସମ୍ମାନ ପାଇଁ ସଂଗଠନ ପକ୍ଷରୁ ସମସ୍ତ ପ୍ରକାର ଉଦ୍ୟମ ଜାରି ରହିବ ଏବଂ ଏଥି ପାଇଂ ସଂଗଠନର ଲୋଗୋ ଉନ୍ମୋଚନ ହୋଇଥିଲା ଏଥିରେ ‘ମୋ ସ୍ୱାଧୀନତା – ମୋ ଅଧିକାର’ ନାରା ଗ୍ରହଣ କରାଗଲା । ବୈଠକରେ ସୀମାରାଣୀ ଗଡତିଆ, ମୁନକି କଠାର, ପ୍ରେମଶିଳା ସାହୁ, ଜୁଲି ପ୍ରଧାନ, ସବିତା ନାଗ, ଯଶୋବନ୍ତି, ରୋହି ଦାସ, ଫୁଲ ଭୋଇ, ସନ୍ଧ୍ୟାରାଣୀ ସାହୁ, ସସ୍ମିତା କୁମ୍ଭାର, ସୁକାନ୍ତି ପ୍ରଧାନ, ସରୋଜିନୀ ବରିହା, ରେବତୀ ଗଡତିଆ, ଅର୍ଣ୍ଣ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.