oom

ସୁକତେଲ ବିସ୍ଥାପିତଙ୍କ କଲୋନୀରେ ପିଇବା ପାଣି ସମସ୍ୟା

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଗାମୀ ଦିନରେ ଲୋୟର ସୁକତେଲ ବନ୍ଧରୁ ବଲାଙ୍ଗିର ଓ ସୁବର୍ଣ୍ଣପୁର ଜିଲ୍ଲାର ହଜାର ହଜାର ହେକ୍ଟର ଜମି ଜଳସେଚିତ ହେବ । ବଲାଙ୍ଗିର ସହରକୁ ପିଇବା ପାଣି ଯୋଗାଇ ଦିଆଯିବ । ଏଥିପାଇଁ ବିସ୍ଥାପିତ ହୋଇଛନ୍ତି ହଜାର ହଜାର ପରିବାର । ଖୁଣ୍ଟପାଲି ଗ୍ରାମବାସୀଙ୍କୁ ବଲାଙ୍ଗିର ସହର ଉପକଣ୍ଠ ସଦାଇପାଲି, ଲର୍କିପାଲି ପଂଚାୟତ ଅଂଚଳରେ ଥଇଥାନ କରାଯାଇଛି । କିନ୍ତୁ ଏହି ଥଇଥାନ କଲୋନିର ବ୍ଲକ ଡିରେ ପାନୀୟ ଜଳର ଘୋର ଅଭାବ ଦେଖାଦେଇଛି ଫଳରେ ଖୁଣ୍ଟପାଲି ଗ୍ରାମବାସୀ ଘୋର ଅସୁବିଧାର ସମ୍ମୁଖିନ ହେଉଛନ୍ତି । ପାନୀୟ ଜଳ ଯୋଗାଣରେ ନିୟମିତତା ନାହିଁ । ଦିନେ ପାଣି ଆସିଲେ ପାଂଚ ଦିନ ଆସୁନାହିଁ । ବିଭାଗୀୟ କର୍ତ୍ତୃପକ୍ଷଙ୍କ ଠାରେ ହାରିଗୁହାରି କଲେ ବେଶିରେ ଅଧଘଣ୍ଟା ପାଣି ଯୋଗାଇ ଦିଆଯାଉଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଥଇଥାନ ଦେଇ କଲୋନୀରେ ପର୍ଯ୍ୟାପ୍ତ ସଂଖ୍ୟକ ବୋରୱେଲ ନଥିବାରୁ ସେମାନଙ୍କ ଦୁର୍ଦ୍ଦଶା ଦ୍ୱିଗୁଣିତ ହୋଇଛି । ଅନ୍ୟ ଥଇଥାନ କଲୋନୀ ଗୁଡିକରେ ମଧ୍ୟ ପାନୀୟ ଜଳକୁ ନେଇ ବିସ୍ଥାପିତମାନେ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ପାନୀୟ ଜଳର ସ୍ଥାୟୀ ପ୍ରତିକାର ପାଇଁ ବ୍ଲକ ଡି କଲୋନୀର ନିଳମଣି ମେହେର, କାଶୀନାଥ ପଶାୟତ, ରକ୍ଷକ ସାହୁ, ଗୋଲେକ ପଧାନ, ହାଡୁ କୁମରା, ଶିବ ପଟେଲ, ସୁନିଲ ସାହୁ, ରଘୁନାଥ ସାହୁ, ବନମାଳୀ ସାହୁ, ବିଶ୍ୱନାଥ ସାହୁ ପ୍ରମୁଖ ଗ୍ରାମବାସୀ ଏକ ପ୍ରେସ ବିବୃତି ମାଧ୍ୟମରେ ବଲାଙ୍ଗିର ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଜିଲ୍ଲାର ଜଳାଭାବକୁ ଦୂର କରିବା ପାଇଁ ବିସ୍ଥାପିତ ହୋଇଥିବା ଲୋକେ ଜଳାଭାବର ସମ୍ମୁଖୀନ ହେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଘଟଣା ବୋଲି ରାଜ୍ୟର ବିଶିଷ୍ଟ ସୂଚନା ଅଧିକାର କର୍ମି ହେମନ୍ତ ପଣ୍ଡା କହିଛନ୍ତି । ସମ୍ପୃକ୍ତ ଅଧିକାରୀ ବହିତ ପଦକ୍ଷେପ ନେବା ପାଇଁ ପଣ୍ଡା ଦାବୀ କରିଛନ୍ତି । ଆଇନଜୀବୀ ରତନ ମହାରଣା, ପରିବେଶ କର୍ମୀ ସତ୍ୟ ରଂଜନ ମିଶ୍ର, ପ୍ରଶାନ୍ତ ମହାକୁର ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.