csstore

ଅଞ୍ଚଳର ବିଭିନ୍ନ ସମସ୍ୟାର ସାମାଧାନ ନେଇ ଝାରବନ୍ଧ ବିଡିଓଙ୍କୁ ଭେଟିଲେ ବିଜେପି ପ୍ରତିନିଧି ଦଳ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଅଞ୍ଚଳରେ ଦୀର୍ଘ ଦିନରୁ ଲାଗି ରହିଥିବା ବିଭିନ୍ନ ସମସ୍ୟାର ସମାଧାନ ବ୍ୟତୀତ ଲୋକଙ୍କ ବିଭିନ୍ନ ଅଭିଯୋଗକୁ ନେଇ ପଦ୍ମପୁର ବିଜେପି ବିଧାୟକ ପ୍ରାର୍ଥୀ ଗୋବର୍ଦ୍ଧନ ଭୁଏଙ୍କ ସହ ଏକ ବିଜେପି ପ୍ରତିନିଧି ଦଳ ଝାରବନ୍ଧ ବିଡ଼ିଓ ପୁରୁଷୋତ୍ତମ ମିର୍ଦ୍ଧାଙ୍କୁ ସାକ୍ଷାତ କରି ବିଶଦ ଭାବରେ ଆଲୋଚନା କରାଯାଇଛନ୍ତି । ବ୍ଳକରେ ବିଭିନ୍ନ ଉନ୍ନୟନ ମୂଳକ କାମତଥା ନିର୍ମାଣ କାର୍ଯ୍ୟ ସଠିକ ଭାବେ ତିଆରି କରିବା ସହ ବ୍ଲକ କାର୍ଯ୍ୟାଳୟକୁ ଆସୁଥିବା ଜନପ୍ରତିନିଧି, ସାଧାରଣ ଜନତାଙ୍କ କଥା ଶୁଣି ସମାଧାନ କରିବା ପାଇଁ ଗୋବର୍ଦ୍ଧନ ଭୁଏ ଝାରବନ୍ଧ ବିଡ଼ିଓ ଶ୍ରୀ ମିର୍ଦ୍ଧାଙ୍କୁ ପରାମର୍ଶ ଦେଇଥିଲେ । ବିଜେପି ପ୍ରତିନିଧି ଦଳର ହରିହର ସାହୁ, ଚୈତନ୍ୟ ପ୍ରସାଦ ବରିହା, ବିନୋଦ ବିହାରୀ ବାଗ, ପଦ୍ମନ ରଣା, ହରେକୃଷ୍ଣ ପଟେଲ, ସାମନ୍ତ ଶେଖର ମୁନା, ରାମକୃଷ୍ଣ ପ୍ରଧାନ, ଡୁଳଚନ୍ଦ୍ର ସାହୁ, ତ୍ରିଲୋଚନ ସାହୁ, ମନୋଜ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିବା ବେଳେ ସମସ୍ତ ବିଷୟ ସମାଧାନ ପାଇଁ ବ୍ଲକ ପ୍ରଶାସନ ଜନସାଧାରଣଙ୍କୁ ସମ୍ପୂର୍ଣ୍ଣ ସହଯୋଗ ପୂର୍ବକ ସମସ୍ୟାର ସମାଧାନ କରିବ ଏବଂ ଲୋକଙ୍କୁ ସେବା ଯୋଗାଇବ ବୋଲି ବିଡ଼ିଓ ଶ୍ରୀ ମିର୍ଦ୍ଧା ପ୍ରତିଶୃତି ଦେଇଥିଲେ ।

jayashree
Leave A Reply

Your email address will not be published.