csstore

ରକ୍ତ ଶିକୁଳି ସଚେତନତା କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ମହିଳା ଡ଼ିଗ୍ରୀ ମହାବିଦ୍ୟାଳୟ ପରିସରରେ ବିଶ୍ୱ ରକ୍ତ ଶିକୁଳି ସଚେତନତା ପରିପ୍ରେକ୍ଷୀରେ ଚାଲୁଥିବା ବିଭିନ୍ନ କାର୍ଯ୍ୟକ୍ରମ କ୍ରମରେ ଆଜି ନବମ ଦିବସରେ ଅଧ୍ୟକ୍ଷା ଶ୍ରୀମତୀ କଳ୍ପନାରାଣୀ ନାଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ପଦ୍ମପୁର ସରକାରୀ ଡ଼ାକ୍ତରଖାନାର ବରିଷ୍ଠ ମେଡିସିନ୍‌ ବିଶେଷଜ୍ଞ ଡ. ଯଦୁମଣି ସାହୁ ମୁଖ୍ୟଅତିଥି ରୂପେ ଯୋଗଦେଇ ରକ୍ତ ଶିକୁଳି ରୋଗର କାରଣ ଓ ନିରାକରଣ ସମ୍ବନ୍ଧରେ ବିଶଦ ଭାବରେ ଆଲୋଚନା କରିଥିଲେ । ଅଧ୍ୟାପିକା ସୁଶ୍ରୀ ସଂଗୀତା ଗୌନ୍ତିଆ ଅତିଥି ପରିଚୟ ପ୍ରଦାନ କରିବା ସହ କାର୍ଯ୍ୟକ୍ରମଟିକୁ ସଂଯୋଜନା କରିଥିଲେ । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ଏହି ରକ୍ତ ଶିକୁଳି ସଚେତନତା କାର୍ଯ୍ୟକ୍ରମ ଜୁନ ୧୯ରୁ ଆରମ୍ଭ ହୋଇଛି ଓ ଏହା ଜୁଲାଇ ମାସ ୩ ତାରିଖ ପର୍ଯ୍ୟନ୍ତ ଚାଲିବ ।

jayashree
Leave A Reply

Your email address will not be published.