ଝାରବନ୍ଧରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଅନୁଷ୍ଠିତ

  • ତଦନ୍ତ ପାଇଁ ବିଭଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ଝାରବନ୍ଧ ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରେ ବ୍ଲକସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରରେ ଜିଲ୍ଲାପାଳ ଆଦିତ୍ୟ ଗୋୟଲ, ଅତିରିକ୍ତ ଜିଲ୍ଲାପାଳ ପଦ୍ମପୁର କୁନାଲ ମୋତିରାମ ଚୌହାନ, ଉପଜିଲ୍ଲାପାଳ ପଦ୍ମପୁର ଆଲୋକ କୁମାର ପଟେଲ, ତହସିଲଦାର ଝାରବନ୍ଧ ସୁବେଦାର ପ୍ରଧାନ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଝାରବନ୍ଧ ପୁରୁଷୋତ୍ତମ ମିର୍ଦ୍ଧା, ଝାରବନ୍ଧ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭୀଷ୍ମ ମାଝୀ ଓ ଅନ୍ୟାନ ଅଧିକାରୀ ଉପସ୍ଥିତ ଥିଲେ । ଉକ୍ତ ଶିବିରରେ ପାନୀୟ ଜଳ ଯୋଗାଣ, ଧାନ ମଣ୍ଡିରେ ବିକ୍ରି ସମସ୍ୟା, ଫସଲ ବୀମା, ରାସନ କାର୍ଡ, ରାସ୍ତା ନିର୍ମାଣ, ପ୍ରତାପପୁର ରାସ୍ତାର ମୁରୁମ କାମରେ ମାଟି ପକେଇଥିବାରୁ ରାସ୍ତାରେ କାଦୁଅ ହେଉଥିବା, ସନଦାଦର ଗ୍ରାମରେ ତିନି ଲକ୍ଷ ଟଙ୍କାର ପାହାଚ ନିର୍ମାଣରେ ଅନିୟମିତତା, ପୁଟୁକିଡୁଙ୍ଗୁରି ଗ୍ରାମର ବୋଧନ ନାଏକର ବାର୍ଦ୍ଧକ୍ୟ ଭତ୍ତା ଟଙ୍କାରେ ହେର ଫେର, ଗନ୍ଧର୍ବୀ ସେଠର ଉତ୍ତରାଧିକାରୀ ପ୍ରମାଣ ପତ୍ର ଦେବାରେ ହଇରାଣ, ଦାବପାଲିର ଗଙ୍ଗାରାମ କରେଇର ବ୍ୟକ୍ତିଗତ ମନ୍ଦିରକୁ କୁରଲୁପାଲି ଗ୍ରାମପଞ୍ଚାୟତର ବିକାଶ ପୁସ୍ତିକାରେ ସରକାରୀ ଭାବେ ଛପା ଯାଇଥିବା ଏବଂ ଏହାର ଅନୁଦାନ ରାଶିର ତଦନ୍ତ, କ୍ଷୁଦ୍ର ଜଳ ସେଚନ ବିଭାଗର କାର୍ଯ୍ୟ ଧୀର ମନ୍ଥର, ପାନୀୟ ଜଳର ସମସ୍ୟା, ଆଦର୍ଶ ବିଦ୍ୟାଳୟର ମୁଖ୍ୟ ରାସ୍ତା ଏବଂ ଫାଟକ ନିର୍ମାଣ, ୫-ଟି କାମର ବିଲ, ଝାରବନ୍ଧ ହସ୍ପିଟାଲ୍‌ ଜମିରର ସୁରକ୍ଷା, ଝାରବନ୍ଧ ବଡ଼ବନ୍ଧର ନିର୍ମାଣ କାର୍ଯ୍ୟ ଏବଂ ପାଣି ସମସ୍ୟା, ଡୁଡୁକିଡାଦାର ପୋଲ ନିର୍ମାଣ କାର୍ଯ୍ୟରେ ପଥର ଭର୍ତ୍ତି ଏବଂ ନିମ୍ନମାନର କାମ ତଥା ସମସ୍ୟା ଆଧାରିତ ସମୁଦାୟ ୧୪୯ ଗୋଟି ଅଭିଯୋଗ ଶୁଣାଣି ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୩୧ଟି ବ୍ୟକ୍ତିଗତ ଓ ୧୮ଟି ସାମୁହିକ ସମସ୍ୟାର ସମାଧାନ ପାଇଁ ଜନସାଧାରଣ, ଅଭିଯୋଗକାରୀ ଏବଂ ଗ୍ରାମବାସୀ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିଲେ । ସମସ୍ୟାଗୁଡିକର ତୁରନ୍ତ ସମାଧାନ ପାଇଁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

Leave A Reply

Your email address will not be published.