csstore

କର୍ଲାମୁଣ୍ଡା ବ୍ଲକ ସ୍ତରୀୟ ୱାର୍ଡ ମେମ୍ବର ସଂଘ ଗଠିତ

  • ମାସିକ ୬ ହଜାର ଟଙ୍କା ପାରିତୋଷକ ପାଇଁ ଦାବୀପତ୍ର ପ୍ରଦାନ

କଳାହାଣ୍ଡି, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ସଦର ସ୍ଥିତ ଶିବ ମନ୍ଦିର ପରିସରରେ ବ୍ଲକ ସ୍ତରୀୟ ୱାର୍ଡ ମେମ୍ବର ସଂଘର ସମାବେଶ ଅନୁଷ୍ଠିତ ହେବା ସହ କର୍ମକର୍ତ୍ତା ଚୟନ କରାଯାଇଛି । ୱାର୍ଡ ମେମ୍ବର ଗୁରୁବାରୁ ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ କଳାହାଣ୍ଡି ଜିଲ୍ଲା ୱାର୍ଡ ମେମ୍ବର ସଂଘ ସଭାପତି ମାର୍କଣ୍ଡ ଜାଲ, ନର୍ଲା ବ୍ଲକ ଉପସଭାପତି ଗୋବର୍ଦ୍ଧନ ନାଗ, କର୍ଲାମୁଣ୍ଡା (ଖ) ଯୋନ୍‌ ଜିଲ୍ଲା ପରିଷଦ ସଭ୍ୟ ସୁରେଶ ଚୌଧୁରୀ, ସାମ୍ବାଦିକ ପ୍ରଦୀପ କୁମାର ସାହୁ ପ୍ରମୁଖ ଯୋଗଦେଇ ୱାର୍ଡ ମେମ୍ବରମାନେ ହେଉଛନ୍ତି ତୃଣମୂଳ ସ୍ତରର ଜନପ୍ରତିନିଧି, ସେମାନେ ସଂଗଠିତ ହେଲେ ନିଜ ଦାବୀ ଗୁଡିକୁ ଠିକ୍‌ ଭାବେ ଉପସ୍ଥାପନ କରିପାରିବା ସହ ଗ୍ରାମର ବିକାଶରେ ଜଣେ ଜଣେ ପ୍ରମୁଖ ସାରଥୀ ହୋଇପାରିବେ ବୋଲି ମତ ପ୍ରକାଶ କରିଥିଲେ । ଏହି ଅବସରରେ ବ୍ଲକ ସ୍ତରୀୟ ୱାର୍ଡ ମେମ୍ବର ସଂଘର କର୍ମକର୍ତ୍ତା ଚୟନ କରାଯାଇଥିଲା । ଏଥିରେ ସଭାପତି ଭାବେ ବୌବସୁତ ସୁନା, ଉପ ସଭାପତି ଭାବେ କଇଁତି ସାହୁ, ସମ୍ପାଦକ ଚନ୍ଦ୍ର ଭାନୁ ସାହୁ, ସହ ସମ୍ପାଦକ ଲଭି ରଣା, କୋଷାଧ୍ୟକ୍ଷ ସନ୍ତୋଷ କୁମାର ଦାସ, ସଂଯୋଜକ ସମ୍ଭୁପ୍ରସାଦ ରଣା, ସଂଯୋଜିକା ଧମେନ୍ଦ୍ରୀ ସାହୁ, ସଭ୍ୟ ଅଜୟ ନାଗ, ହେମ ସାଗର ସାହୁ, ଭାସ୍କର ସାହୁ, ହୀରବତୀ ସାହୁ ପ୍ରମୁଖ ସର୍ବ ସହମତିରେ ଚୟନ ହୋଇଥିଲେ । ସଭା କାର୍ଯ୍ୟକୁ ବବୃବାହାନ ଭୋଇ ସଂଯୋଜନା କରିଥିଲେ । ଶେଷରେ ସଂଘ ପକ୍ଷରୁ ୱାର୍ଡ ସଭ୍ୟା, ସଭ୍ୟମାନଙ୍କୁ ମାସିକ ୬ ହଜାର ଟଙ୍କା, ଅବସର ପରେ ୩ ହଜାର ଟଙ୍କା ଭତ୍ତା ପ୍ରଦାନ, ୱାର୍ଡ ମେମ୍ବର ମାନଙ୍କୁ ଅଣଦେଖା କରାଯାଇ ପ୍ରସ୍ତୁତ ହୋଇଥିବା ଜିପିଡ଼ିପିକୁ ବାତିଲ କରିବା, ପଲ୍ଲୀସଭା କରିବା ପ୍ରମୁଖ ଦାବୀ ଗୁଡ଼ିକକୁ ନେଇ ଏକ ସ୍ମାରକ ପତ୍ର ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ବିଡ଼ିଓଙ୍କୁ ପ୍ରଦାନ କରିଥିଲେ ।

jayashree
Leave A Reply

Your email address will not be published.