ଛତ୍ରପୁର ଷ୍ଟାଇଲ୍‌ବଜାର ପକ୍ଷରୁ ଶିଶୁ ପ୍ରତିଭା କାର୍ଯ୍ୟକ୍ରମ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ମେନ୍ ରୋଡ଼ରେ ଅବସ୍ଥାପିତ ଷ୍ଟାଇଲ୍‌ବଜାର ଆନୁକୂଲ୍ୟରେ ଶନିବାର ଏକ ଶିଶୁ ପ୍ରତିଭା କାର୍ଯ୍ୟକ୍ରମ ଫେସିଅନ୍-ସୋ ଅନୁଷ୍ଠିତ ହୋଇଥିଲା । ଏଥିରେ ଛତ୍ରପୁର ସହରାଞ୍ଚଳର ପ୍ରାୟ ଶତାଧିକ ଶିଶୁ ଏହି ପ୍ରତିଭା କାର୍ଯ୍ୟକ୍ରମରେ ଯୋଗଦେଇ ନିଜ ନିଜର ରଙ୍ଗାରଙ୍ଗ ନୃତ୍ୟ ସଙ୍ଗୀତ ଧୂନ୍‌ର ତାଳେ ତାଳେ ପାଶ୍ଚାତ୍ୟ ଜଗତର ସଂସ୍କୃତି କଳାରେ ଅଭିନୟ କରି ପାରଦର୍ଶିତା ପ୍ରତିପାଦନ କରିଥିଲେ । ପ୍ରଥମ ଶ୍ରେଣୀରୁ ସପ୍ତମ ଶ୍ରେଣୀ ମଧ୍ୟରେ ପ୍ରାୟତଃ ୧୩ ବର୍ଷ ମଧ୍ୟରେ କୁନି କୁନି ବାଳିକାମାନେ ‘ଫେସିଅନ୍-ସୋ’ ପ୍ରତିଭା କାର୍ଯ୍ୟକ୍ରମରେ ଯୋଗଦେଇ ନିଜ ନିଜର ଦକ୍ଷତା ପ୍ରଦର୍ଶନ କରିଥିଲେ । ଏଥିରେ ୪ ବର୍ଷରୁ ୬ ବର୍ଷ ମଧ୍ୟରେ ଜୁନିୟର୍‌ ବିଭାଗରେ ଅପୂର୍ବ ରେଡ୍ଡୀ, (ପ୍ରଥମ), ସାତ୍ତ୍ୱିକ ମହାପାତ୍ର,(ଦ୍ଵିତୀୟ), ରୀୟା ଦୋରା ତୃତୀୟ ସ୍ଥାନ ଅଧିକାର କରିଥିବାବେଳେ ୭ ବର୍ଷରୁ ୧୨ ବର୍ଷ ମଧ୍ୟରେ ସିନିୟର୍ ବିଭାଗରେ ଶାହାଗୁନ୍ ପାଣିଗ୍ରାହୀ, (ପ୍ରଥମ), ଆରାଧ୍ୟା ପ୍ରଧାନ, ଦ୍ଵିତୀୟ ଓ ସମାନୀତା ପଟ୍ଟନାୟକ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କାରରେ ସମ୍ମାନୀତ ହୋଇଛନ୍ତି । ସମସ୍ତ ପ୍ରତିଯୋଗୀଙ୍କୁ କମ୍ପାନୀ ତରଫରୁ ମାନପତ୍ର ଦେଇ ଉତ୍ସାହିତ କରାଯାଇଥିଲା । କମ୍ପାନୀ ବ୍ରାଞ୍ଚ ଅଫିସର ଗଙ୍ଗାଧର ରାୟ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ସମସ୍ତ ଅଭିଭାବକଙ୍କୁ ସାଧୁବାଦ ଜଣାଇଥିବା ସାଂଗକୁ ପ୍ରତିଯୋଗୀଙ୍କୁ ମାନପତ୍ର ସହ ସମ୍ବର୍ଦ୍ଧିତ କରିଥିଲେ ।

Leave A Reply

Your email address will not be published.