csstore

ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ସ୍କୁଲ ଖୋଲିବ ଆସନ୍ତା ୮ରୁ : ପ୍ରତି ସପ୍ତାହରେ ହେବ ସ୍ୱାସ୍ଥ୍ୟ ପରୀକ୍ଷା

ଭୁବନେଶ୍ୱର : ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ସ୍କୁଲ ଖୋଲିବ ଆସନ୍ତା ୮ ତାରିଖରେ । ତେବେ ସମ‌ସ୍ତ ଜି‌‌ଲ୍ଲାର ଜିଲ୍ଲାପାଳ, ମ୍ୟୁନିସ୍‌ପାଲ୍‌ କମିଶନର ଓ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ପିଲାମାନେ ସ୍କୁଲକୁ ଆସିବା ପରେ ପ୍ରତି ସପ୍ତାହରେ ଛାତ୍ରଛାତ୍ରୀ, ଶିକ୍ଷକ ଓ କର୍ମଚାରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ ବୋଲି ନିର୍ଦ୍ଦେଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ ଏବଂ ହଷ୍ଟେଲ୍‌ରେ ରହୁଥିବା ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ବି ହେବ । ଆଶାକର୍ମୀ ଓ ଏଏନ୍‌ଏମ୍‌ମାନେ ସ୍କୁଲକୁ ଯାଇ ସ୍ୱାସ୍ଥ୍ୟ ପରୀକ୍ଷା କରିବେ ବୋଲି ମଧ୍ୟ ନି‌ର୍ଦ୍ଦଶ ଦିଆଯାଇଥିବା ବେଳେ ସ୍ୱାସ୍ଥ୍ୟ ବିଭାଗ ଦେଇଥିବା ନିର୍ଦ୍ଦେଶନାମାରେ କୁହାଯାଇଛି ଯେ, ସ୍କୁଲ ଖୋଲିଲେ ପିଲାମାନେ ଶ୍ରେଣୀଗୃହରେ ଏକାସେ‌ଙ୍ଗ ପାଠ ପଢ଼ିବେ, ହଷ୍ଟେଲ୍‌ରେ ଗୋଟିଏ ସ୍ଥାନରେ ଖାଇବେ ଏବଂ ସମାନ ଶୌଚାଳୟ ମଧ୍ୟ ବ୍ୟବହାର କରିବେ । ତେବେ ଏହି ପରି‌ସ୍ଥିତିରେ ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ନିହାତି ଆବଶ୍ୟକ । ସେଥିପାଇଁ ବିଭିନ୍ନ ଅଞ୍ଚଳର ଆଶାକର୍ମୀ ଓ ଏଏନ୍‌ଏମ୍‌ କର୍ମୀମାନେ ସ୍କୁଲକୁ ଯାଇ ସ୍ୱାସ୍ଥ୍ୟ ପରୀକ୍ଷା କରାଇବେ ।

jayashree
Leave A Reply

Your email address will not be published.