oom

ଟିଟିଲାଗଡ଼ ସହରରେ ପ୍ରାୟ ଦିନ ବୁଲା ଗାଈଗୋରୁଙ୍କ ଉପରେ ଚଢୁଛି ଗାଡ଼ି : ପ୍ରଶାସନର ଦୃଷ୍ଟି ପଡୁ

jsmm

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ରବିବାର ସକାଳୁ ପ୍ରାତଃ ଭ୍ରମଣ ପାଇଁ କିଛି ଯୁବକ ବଲାଙ୍ଗିର ରାସ୍ତା ଦେଇ ଯାଉଥିବା ବେଳେ ସ୍ଥାନୀୟ ମଦନ ଜାଲ ଛକ ଠାରେ ଗୋଟିଏ ଗୋରୁର ଗୋଡ଼ ଉପରେ କୌଣସି ଅଜଣା ଗାଡ଼ି ମଡ଼େଇ ଫେରାର ମାରିଥିବା ଅଭିଯୋଗ ହୋଇଛି । ତେବେ ଗୋରୁଟିର ଗୋଡରୁ ପ୍ରଚୁର ରକ୍ତ ବାହାରୁଥିବା ଦେଖି ଅବସରପ୍ରାପ୍ତ ସୈନିକ ଗଣେଶ ବେହେରା ସେଠାରେ ଥିବା କିଛି ଯୁବକଙ୍କ ସାହାଯ୍ୟରେ ଗୋଟାଏ ଠେଲା ଗାଡ଼ିରେ ବୋହି ସ୍ଥାନୀୟ ପଶୁ ଡ଼ାକ୍ତରଖାନାକୁ ନେଇଥିଲେ । ସେଠାରେ କାର୍ଯ୍ୟରତ ଡ. ମାଥୁର, କମ୍ପାଉଣ୍ଡର ସରୋଜ ବଗର୍ତ୍ତି ସଙ୍ଗେ ସଙ୍ଗେ ପ୍ରାଥମିକ ଚିକିତ୍ସା ପ୍ରଦାନ କରିଥିଲେ । ଉପସ୍ଥିତ ବୁଦ୍ଧି ଓ ମାନବିକତାର ପରିଚୟ ଦେଇ ଏହି ଗୋରୁର ଜୀବନ ରକ୍ଷା କରିଥିବାରୁ ବୁଦ୍ଧିଜୀବୀ ମାନେ ସହଯୋଗ କରିଥିବା ସେନାନୀ ଗଣେଶ ବେହେରା, ପବନ କୁମାର ବେହେରା, ଗଗନ ଛତ୍ରିଆ, ରାଜା ବେହେରା, ଦୀପକ ମେହେରଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ପରିତାପର ବିଷୟ ଯେ ଦୀର୍ଘ ଦିନ ହେବ ରାସ୍ତା ଉପରେ ବୁଲା ଗାଈଗୋରୁଙ୍କ ସଂଖ୍ୟା ବଢ଼ିବା ସାଙ୍ଗକୁ ସବୁ ଛକ ମାନଙ୍କରେ ଏମାନେ ଶୋଇ ରହିଥାନ୍ତି ଯଦ୍ୱାରା ରାତି ସମୟରେ ଗାଡ଼ି ଚାଳକ ମାନେ ବେପରୁଆ ଗାଡି ଚାଳନା କରିବା ଯୋଗୁଁ ଏପରି ଅଘଟଣ ଘଟୁଥିା ଦେଖିବାକୁ ମିଳୁଛି । ଏ ଦିଗରେ ସ୍ଥାନୀୟ ପୌର ପ୍ରଶାସନ ଓ ପ୍ରଶାସନ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ସାଧାରଣରେ ଦାବି ହେଉଛି ।

jittmm
Leave A Reply

Your email address will not be published.