କଣ୍ଟେନରକୁ ପିଟି ଜଳିଗଲା ୧୦୮ ଆମ୍ବୁଲାନ୍ସ: ୪ ଗୁରୁତର

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ରୂପସା ନିକଟରେ ୬୦ ନଂ ଜାତୀୟ ରାଜପଥରେ ଏକ କଣ୍ଟେନରକୁ ୧୦୮ ଆମ୍ବୁଲାନ୍ସ ପଛପଟୁ ଧକ୍କା ଦେଇ ଜଳିଯାଇଥିବାର ଖବର ମିଳିଛି । ଏହି ଦୁର୍ଘଟଣା ଫଳରେ ରୋଗୀଙ୍କ ସମେତ ୪ ଗୁରୁତର ହୋଇଥିବା ଜଣାଯାଇଛି । ଗୁୁତରମାନଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ୧୦୮ ଆମ୍ବୁଲାନ୍ସ ବସ୍ତା ଡ଼ାକ୍ତରଖାନାରୁ ରୋଗୀ ନେଇ ବାଲେଶ୍ୱର ଅଭିମୁଖେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ଆମ୍ବୁଲାନ୍ସର ଫାର୍ମାସିଷ୍ଟଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

Leave A Reply

Your email address will not be published.