ଜୟପାଟଣା ଠାରେ ଆନ୍ତର୍ଜାତୀକ ଯୋଗ ଦିବସ

ଜୟପାଟଣା, (ଶେଷ ଦେବ ବେହେରା) : ଜୟପାଟଣା ଉମାଶଙ୍କର ଉଚ୍ଚ ବିଦ୍ୟାଳୟ ପରିସର ମଧ୍ୟରେ ଆନ୍ତର୍ଜାତୀକ ଯୋଗ ଦିବସ ପାଳିତ ହୋଇଯାଇଛି । ବ୍ଲକ ସ୍ତରୀୟ ଏହି ଶିବିରରେ ବରିଷ୍ଠ ନାଗରିକ, ସ୍ୱେଚ୍ଛାସେବୀ ସଂଗଠନ, ରାଜନୈତିକ ସଂଗଠନ ସମସ୍ତ ସରକାରୀ ଅଧିକାରୀଓ କର୍ମଚାରୀ ବିଦ୍ୟାଳୟ ଛାତ୍ରଛାତ୍ରୀ ଉପସ୍ଥିତ ରହି ଯୋଗର ଆବଶ୍ୟକତା ଓ ନିତ୍ୟ ଜୀବନରେ ଅପରିହାର୍ଯ୍ୟ ତା ଉପରେ ଗୁରତ୍ୱ ଦେଇ ଯୋଗ ଶିକ୍ଷା ଦିଆଯାଇଥିଲା । ଆୟୋଜିତ ଶିବିରରେ ଯୋଗ ଗୁରୁ ରିଖିରାମ ପଟେଲ ମାର୍ଗଦର୍ଶନ ଦେବା ସହିତ ଯୋଗର ବିଭିନ୍ନ ମୁଦ୍ରା ଓ ଉପକାର ଉପରେ ସମସ୍ତଙ୍କୁ ଅଭ୍ୟାସ କରାଇ ଥିଲେ । ଜୟପାଟଣା ବି. ଡି. ଓ ଧର୍ମ ରାଜ ମାଝଙ୍କ ତତ୍ତ୍ଵାବଧାନରେ ଶିବିର ଆରମ୍ଭ ହୋଇଥିବା ବେଳେ ଜିଲ୍ଲା ପରିଷଦ ଅଙ୍ଗଡ ମାଝୀ, ସାମ୍ବାଦିକ ଶେଷ ଦେବ ବେହେରା, ବିଇଓ ପ୍ରେମ ମୁଣ୍ଡ ପ୍ରମୁଖନାରାୟଣ ପଣ୍ଡା, ଏ. ବି. ଡି. ଓ ବିଶ୍ଵନାଥ ରାଉତ, ଏ. ବି. ଇ. ଓ ସୁରେନ୍ଦ୍ର ମୋହନ ଯୋଷୀ, ପୂର୍ଣ୍ଣଚନ୍ଦ୍ର ପଣ୍ଡା, ମଳୟ ଦଳପତି, ସିଦ୍ଧାର୍ଥ ମୁଣ୍ଡ ପ୍ରମୁଖ ସହଯୋଗ କରିଥିଲେ । ଶିକ୍ଷାବିତ୍ ପୂର୍ଣ୍ଣଚନ୍ଦ୍ର ପଣ୍ଡା ଶିବିର ପରିଚାଳନା କରିଥିଲେ ।

Leave A Reply

Your email address will not be published.