csstore

ଖଡିଆଳ ସ୍ଥିତ ବିଜୁ ପଟ୍ଟନାୟକ ବହୁମୁଖୀ ଇଣ୍ଡୋର ଷ୍ଟାଡିୟମ ଠାରେ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ପାଳିତ

ଖଡିଆଳ, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ଖଡିଆଳ ସ୍ଥିତ ବିଜୁ ପଟ୍ଟନାୟକ ବହୁମୁଖୀ ଇଣ୍ଡୋର ଷ୍ଟାଡିୟମ ଠାରେ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ଖଡ଼ିଆଳ ଅଞ୍ଚଳରୁ ୪୦୦ରୁ ଅଧିକ ଶିବିରାର୍ଥି ଯୋଗଦେଇ ଯୋଗ ଅଭ୍ୟାସ କରିବା ସହ ଯୋଗ ମନୁଷ୍ୟ ଶରୀରରେ ଶାନ୍ତି, ଶକ୍ତି ଏବଂ ଏକାଗ୍ରତା ପ୍ରଦାନ କରିଥାଏ ବୋଲି ଯୋଗଗୁରୁ ପ୍ରକାଶ କରିଛନ୍ତି । ଯୋଗକୁ ବିଶ୍ୱ ଦରବାରରେ ପହଞ୍ଚି ଥିବା ବେଳେ ଏହାକୁ ଅନ୍ତରାଷ୍ଟ୍ରୀୟ ସ୍ତରରେ ପହଞ୍ଚାଇବା ମୁଖ୍ୟ ଉଦ୍ଧେଶ୍ୟ ବିଶ୍ୱର ଆରୋଗ୍ୟ କାମନା ସହ ବିଶ୍ୱ ଆଜି ଦିନକୁ ଯୋଗ ଦିବସ ପାଳନ କରୁଛନ୍ତି । ଖଡ଼ିଆଳ ବ୍ଲକ ଅଧ୍ୟକ୍ଷା ପୁଷ୍ପାଞ୍ଜଳୀ ନନ୍ଦ, ଖଡିଆଳ ବିଡ଼ିଓ ବିରସେନ୍ ବେହେରା, ଖଡିଆଳ ନଗର ଅଧ୍ୟକ୍ଷ ଉଜ୍ଜଳ ଗୁପ୍ତା, ନିର୍ବାହୀ ଅଧିକାରୀ ସ୍ୱାଧୀନ ମହାରଣା ସହ ବରିଷ୍ଠ ନାଗରିକ, ମହିଳା, ସ୍କୁଲ ଛାତ୍ରଛାତ୍ରୀ, ବ୍ଲକ ଏବଂ ଏନ୍‌ଏସି କର୍ମଚାରୀ, ସାମ୍ବାଦିକ ମାନେ ଯୋଗ ଦେଇଥିଲେ ।

jayashree
Leave A Reply

Your email address will not be published.