ଏ. ପି.ଏସ୍. କଲେଜ ରୋତରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଗଲପୁର ପଞ୍ଚାୟତ ସମିତି ମହାବିଦ୍ୟାଳୟ, ବାଣୀନିକେତନ, ରୋତ୍, ଜିଲ୍ଲା-ବଲାଙ୍ଗିରରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା କାର୍ଯ୍ୟକ୍ରମ ଅଧିକାରୀ ଡକ୍ଟର ସନ୍ତୋଷ କୁମାର ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଯୋଗ ଶିବିରରେ ଆନ୍ତର୍ଜାତୀୟ ଖ୍ୟାତି ସଂପନ୍ନ ଯୋଗଗୁରୁ ସୁରେନ୍ଦ୍ର ଭୋଇ ଯୋଗଦାନ କରି ଯୋଗ ଶିକ୍ଷା ପ୍ରଦାନ କରିଥିଲେ । ଏଥିରେ ଜାତୀୟ ସେବା ଯୋଜନାର ସଂଯୋଜକ ଦୈତାରୀ ଶବର ଓ ଡକ୍ଟର ରଶ୍ମୀଲତା ମହାନନ୍ଦ, ଯୁବ ରେଡ୍‌କ୍ରସ୍‌ର ସଂଯୋଜକ ବାମଦେବ ମେହେର ଓ ଡକ୍ଟର ଲିଙ୍ଗରାଜ ମେହେର, ଏନ୍. ସି. ସି.ର ସଂଯୋଜକ ଲେପ୍ଟନେଣ୍ଟ ଗୋପାଳ ସାହୁଙ୍କ ସମେତ ମହାବିଦ୍ୟାଳୟର ସମସ୍ତ ପ୍ରାଧ୍ୟାପକ, ଅଧ୍ୟାପିକ, କର୍ମଚାରୀ ଓ ବହୁ ସଂଖ୍ୟକ ଛାତ୍ରଛାତ୍ରୀ ଯୋଗଦାନ କରି ଯୋଗ ଶିବିରକୁ ସଫଳ ମଣ୍ଡିତ କରିଥିଲେ ।

Leave A Reply

Your email address will not be published.