ପାଇକମାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପ୍ରତିବର୍ଷ ଜୁନ ୨୧ ତାରିଖରେ ପାଳନ ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ ଏହି ଅବସରରେ ଆଜି ସ୍ଥାନୀୟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପାଇକମାଲ ପରିସର ମଧ୍ୟରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇ ଯାଇଛି । ପ୍ରଧାନ ଶିକ୍ଷକ ସୁଶାନ୍ତ କୁମାର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପାଇକମାଲ ବ୍ଲକ ଶିକ୍ଷା ଅଧିକାରୀ ଚୂଡ଼ାମଣି ବାରିକ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଯୋଗର ମହତ୍ତ୍ଵ ସମ୍ୱନ୍ଧରେ ତାଙ୍କର ଅଭିମତରେ ଯୋଗ ଦ୍ୱାରା ମନ ଶାନ୍ତ ଓ ଶରୀର ସୁସ୍ଥ ରହିଥାଏ । ଶରୀରର ସୁରକ୍ଷା କବଚ ହେଉଛି ଯୋଗ ବୋଲି ମତ ବ୍ୟକ୍ତ କରି ଯୋଗାଭ୍ୟାସରେ ସାମିଲ ହୋଇଥିଲେ । ନୃସିଂହନାଥ ଗୁରୁକୁଳ ଯୋଗାଶ୍ରମର ଯୋଗ ପ୍ରଶିକ୍ଷକ ଭୁବନେଶ୍ୱର ସାହୁ ଓ ଗୁରୁକୁଳର ଛାତ୍ର ଗଣ ଯୋଗଦାନ କରି ଯୋଗାଭ୍ୟାସ କରେଇଥିଲେ ବିଦ୍ୟାଳୟର ସହକାରୀ ଶିକ୍ଷକ ଗଣ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.