ଡୁଙ୍ଗୁରିପାଲି ବିଦ୍ୟାଳୟରେ ବିଶ୍ୱ ଯୋଗ ଦିବସ ପାଳିତ

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ଆଜି ଜୁନ ୨୧ ତାରିଖ । ବିଶ୍ୱ ଯୋଗ ଦିବସ । ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକର ଡୁଙ୍ଗୁରିପାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିଶ୍ୱ ଯୋଗ ଦିବସ ପାଳିତ ହୋଇଯାଇଛି । ପ୍ରଧାନଶିକ୍ଷକ ଧୀରେନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କମିଟିର ସଭ୍ୟ ଦଧି ମହାକୁର ଯୋଗଦାନ କରିଥିଲେ । ସଭାପରେ ବିଦ୍ୟାଳୟର ଯୋଗ ଶିକ୍ଷକ ଯୋଗୀନ୍ଦ୍ର ଦାସ ବିଶ୍ୱ ଯୋଗ ଦିବସର ବାର୍ତ୍ତା ପଠନ କରିବା ସହ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ସୂକ୍ଷ୍ମବ୍ୟାୟାମ, ଆସନ ଓ ପ୍ରାଣାୟାମ ଶିଖାଇଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଆଞ୍ଚଳିକ ସାଧନକର୍ମୀ ନିରଞ୍ଜନ ପଧାନ, ଶିକ୍ଷକ ସୁଶିଲ ସେଟ, ଦେବଦତ୍ତ ସାହୁ ପ୍ରମୁଖ ଯୋଗ ଦେଇଥିଲେ ।

Leave A Reply

Your email address will not be published.