ବଲାଙ୍ଗିରରେ ଆନ୍ତର୍ଜାତୀୟ ଯୋଗ ଦିବସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଆନ୍ତର୍ଜାତୀୟ ଯୋଗ ଦିବସ । ଭାରତର କୋଣେ ଅନୁକୋଣେ ଆଜି ପାଳନ କରାଯାଉଛି ଯୋଗ ଦିବସ । ଏହି କ୍ରମରେ ବଲାଙ୍ଗିରରେ ମଧ୍ୟ ଯୋଗ ଦିବସ ପାଳିତ ହୋଇଥିବା ବେଳେ ବଲାଙ୍ଗିର ସରକାରୀ ଆଇଟିଆଇ ପଡ଼ିଆରେ ବଲାଙ୍ଗିର ଶାଖା ପତଞ୍ଜଳି ଯୋଗ ସମିତି ତରଫରୁ ଆଜି ପ୍ରାତଃ ସମୟରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ଏଥିରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ନିଜ ପାଇଁ ଏବଂ ସମାଜ ପାଇଁ ଯୋଗର ଆବଶ୍ୟକତା ସଂପର୍କରେ ଆଲୋଚନା କରିଛନ୍ତି । ଏହାପରେ ବଲାଙ୍ଗିର ଗାନ୍ଧୀ ଷ୍ଟାଡ଼ିଅମ୍‌ରେ ଆୟୋଜିତ ହୋଇଥିଲା ଆନ୍ତର୍ଜାତୀୟ ଯୋଗ ଦିବସ । ଏଥିରେ ବଲାଙ୍ଗିର ଅତିରିକ୍ତ ଜିଲ୍ଲାପାଳଙ୍କ ସହ ଜିଲ୍ଲାର ସମସ୍ତ ଅଧିକାରୀ ଓ କର୍ମଚାରୀ, ବଲାଙ୍ଗିର ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଦେବକୀ ସାହୁ, ପୌର ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ, ବଲାଙ୍ଗିର ବ୍ଲକ୍‌ ଅଧ୍ୟକ୍ଷା ଶ୍ରୀମତୀ ସରିତା ବାଗ ତଥା ସହରର ମାନ୍ୟଗଣ୍ୟ ବ୍ୟକ୍ତି ସମୂହ ଯୋଗଦାନ କରିଥିଲେ । ଏଠାରେ ମଧ୍ୟ ମୁଖ୍ୟ ଅତିଥି ଭାବେ ସ୍ୱାସ୍ଥ୍ୟ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଯୋଗଦାନ କରିଥିଲେ । ସେହିପରି ବଲାଙ୍ଗିର ମ୍ୟୁନିସିପାଲିଟି ପକ୍ଷରୁ ବଲାଙ୍ଗିର ରାଜେନ୍ଦ୍ର ପାର୍କରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ପୌର ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ଯୋଗଦାନ କରି ଯୋଗର ମହାତ୍ମ୍ୟ ସଂପର୍କରେ ଆଲୋଚନା କରିଛନ୍ତି ।

Leave A Reply

Your email address will not be published.