୨୪ ଘଣ୍ଟା ବିତିଯାଇଥିଲେ ସୁଦ୍ଧା ସମୁଦ୍ରରେ ବୁଡ଼ି ନିଖୋଜ ଯୁବକର ପତ୍ତା ମିଳୁନାହିଁ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମଜିଲ୍ଲାର ଛତ୍ରପୁର ନିକଟସ୍ଥ ବୁଧବାର ସନ୍ଧ୍ୟାରେ ଆର୍ଯ୍ୟପଲ୍ଲୀ ସମୁଦ୍ରରେ ବୁଧବାର ସନ୍ଧ୍ୟାରେ ଜଣେ ଯୁବକ ବୁଡି ଯାଇଛି । ୨୪ ଘଣ୍ଟା ବିତିଯାଇଥିଲେ ସୁଦ୍ଧା ସମୁଦ୍ରରେ ବୁଡ଼ି ନିଖୋଜ ଯୁବକଙ୍କ ପତ୍ତା ମିଳୁନାହିଁ । ସମୁଦ୍ର କୂଳବର୍ତ୍ତୀ କେ. ଆର୍ଯ୍ୟପଲ୍ଲୀ ଗ୍ରାମର ହେମନ୍ ସେନ ବେହେରା (୨୨) ନିଖୋଜ ହୋଇଯାଇଛନ୍ତି । ପ୍ରକାଶ ଥାଉକି, ହେମନ୍ ଜଣେ ଡିପ୍ଲୋମା ଛାତ୍ର ଅଟନ୍ତି । ସେ ସମୁଦ୍ରରେ ଗାଧୋଇବାକୁ ଯାଇ ଭାସିଯାଇଥିଲେ । ବୁଧବାର ଅପରାହ୍ନରେ ହେମନ୍ ତାଙ୍କ ୪/୫ ଜଣ ସାଙ୍ଗମାନଙ୍କ ସହ ଆର୍ଯ୍ୟପଲ୍ଲୀସ୍ଥିତ ବେଳାଭୂମିକୁ ଖେଳିବାକୁ ଆସି ସମୁଦ୍ର ତଟରେ ଗାଧୋଇବାକୁ ଯାଇ ଉଚ୍ଚ-ଜୁଆର ମାଡ଼ି ଆସିଥିଲା, ଫଳରେ ଏହି ଦୁର୍ଘଟଣା ଗ୍ରସ୍ତ ହୋଇଥିବା କୁହାଯାଏ । ଉଚ୍ଚ ଜୁଆର ହଠାତ୍ ମାଡ଼ି ଆସିଥିବାରୁ ଗାଧୋଇବା ବେଳେ ହେମନ୍ ସମୁଦ୍ର ଲହଡ଼ିରେ ଭାସି ଯାଇଥିଲେ । ତେବେ ତାଙ୍କର ଅନ୍ୟ ସାଙ୍ଗମାନେ ଏଥିରୁ ବର୍ତ୍ତି ଯାଇଥିଲେ । ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ, ଓଡ୍ରାଫ୍ ଟିମ୍, ତଟ ସୁରକ୍ଷା ବାହିନୀ ଗତକାଲି ସନ୍ଧ୍ୟା ଠାରୁ ଅଦ୍ୟାବଧି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଛତ୍ରପୁର ଏସ୍‌ଡ଼ିପିଓ ଗୌରହରି ସାହୁ, ଆର୍ଯ୍ୟପଲ୍ଲୀ ଥାନାଧିକାରୀ ବିଦ୍ୟାଭାରତୀ ନାୟକଙ୍କ ସମେତ ପୋଲିସ ବାହିନୀ, ଅଗ୍ନିଶମ, ଓଡ୍ରାଫ୍ ବିଭାଗ, ତଟ ସୁରକ୍ଷା ବାହିନୀ ଅଧିକାରୀ, ଗ୍ରାମବାସୀ ଉପସ୍ଥିତ ରହି ସନ୍ଧାନ ଜାରୀ ରଖିଛନ୍ତି । ଏସ୍. ଆର୍. ସି. ସତ୍ୟବ୍ରତ ସାହୁଙ୍କ ନିର୍ଦ୍ଦେଶରେ ଗୁରୁବାର ଦିନ ଉଦ୍ଧାର କାର୍ଯ୍ୟକୁ ଆହୁରି ତତ୍ପରତା ପ୍ରକାଶ ପାଇଛି । ଉଦ୍ଧାର କାର୍ଯ୍ୟରେ ଏକ ଜେଟ୍- ବିମାନ ଉଡାଣ କରି ସମୁଦ୍ର ବକ୍ଷରେ, ତଟରେ ଖୋଜୁଛି । ଗୁରୁବାର ଦିନ ବେଳା ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡ଼ା, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଦେବବ୍ରତ ସାହୁ, ଛତ୍ରପୁର ଉପଜିଲ୍ଲାପାଳ ଦେବବ୍ରତ ମହନ୍ତ, ଜିଲ୍ଲା ଜରୁରୀକାଳୀନ ଅଧିକାରିଣୀ ଆୟୁଷି ପତି ପ୍ରମୁଖ ଘଟଣାସ୍ଥଳରେ ଯୋଗଦେଇ କାର୍ଯ୍ୟର ତଦାରଖ କରୁଛନ୍ତି । ଏପର୍ଯ୍ୟନ୍ତ ନିଖୋଜ ମୃତ ଯୁବକଙ୍କ ଶବର ପତ୍ତା ମିଳିନାହିଁ । ଗୁରୁବାର ବିଳମ୍ବିତ ରାତ୍ରିରେ ଖବର ଲେଖିଲା ପର୍ଯ୍ୟନ୍ତ ମୃତ ଯୁବକଙ୍କ ଶବ ମିଳିନାହିଁ ବୋଲି ଗଞ୍ଜାମ ଜିଲ୍ଲା ପ୍ରଶାସନର ଜରୁରୀକାଳୀନ ବିଭାଗ ସୁତ୍ରରୁ ଜଣାପଡିଛି ।

Leave A Reply

Your email address will not be published.