ମୁରିବାହାଲ ପଞ୍ଚାୟତ ସମିତି ଡ଼ିଗ୍ରୀ କଲେଜରେ ରକ୍ତଶିକୁଳି ନିରାକରଣ ସଚେତନତା ଅଭିଯାନ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ପଞ୍ଚାୟତ ସମିତି ଡ଼ିଗ୍ରୀ କଲେଜରେ ବିଶ୍ଵ ରକ୍ତ ଶିକୁଳି ଦିବସ ଉପଲକ୍ଷେ ବଂଶଗତ ରକ୍ତ ଶିକୁଳି (ସିକିଲ ସେଲ)ରୋଗ ସମ୍ପର୍କିତ ପାକ୍ଷିକ ରକ୍ତହୀନତା ନିରାକରଣ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏହା ଆଗାମୀ ଜୁଲାଇ ୩ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଜଣାପଡିଛି । ଡ଼ିଗ୍ରୀ କଲେଜର ଅଧ୍ୟକ୍ଷ ସରୋଜ କୁମାର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ମୁରିବାହାଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ରମେଶ ଅଗ୍ରୱାଲ ଓ ଫାର୍ମାସିଷ୍ଟ ମାନସ ରଞ୍ଜନ ଦଳାଇ ଅତିଥି ରୂପେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ରକ୍ତଶିକୁଳି ବା ସିକିଲସେଲ ରୋଗର କାରଣ, ଲକ୍ଷଣ, ନିରାକରଣ ଓ ସଚେତନତା ସମ୍ପର୍କରେ ବିସ୍ତୃତ ରୂପେ ସୂଚନା ଦେଇଥିଲେ । କଲେଜର ଏନ୍‌ଏସ୍‌ଏସ୍‌ ପ୍ରୋଗ୍ରାମ ଅଧିକାରୀ ଅଧ୍ୟାପକ ଛନ୍ଦାଚରଣ ଖୁଣ୍ଟିଆ ସଭା ପରିଚାଳନା କରିଥିବା ବେଳେ ଶେଷରେ ଅଧ୍ୟାପକ ପୂର୍ଣ୍ଣଚନ୍ଦ୍ର ପଧାନ ଧନ୍ୟବାଦ ଦେଇଥିଲେ । ଏହି ସଚେତନତା କାର୍ଯ୍ୟକ୍ରମରେ ଡ଼ିଗ୍ରୀ କଲେଜର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, ଅଣଶିକ୍ଷକ କର୍ମଚାରୀ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.