ସ୍ୱର୍ଗତ ପ୍ରଫେସର ନାରାୟଣ ପୃଷେଠଙ୍କ ଜୟନ୍ତୀ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସହରର ସର୍ବ ପୁରାତନ ଆଗାମୀ ସାହିତ୍ୟ ସଂସଦ ଅନୁଷ୍ଠାନର ସ୍ରଷ୍ଟା ତଥା ପ୍ରତିଷ୍ଠାତା ସଦସ୍ୟ ସ୍ୱର୍ଗତ ନାରାୟଣ ପୃଷେଠଙ୍କ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଂସଦର ସଭାପତି ପ୍ରମୋଦ କୁମାର ପାଢ଼ୀ, ଅବସରପ୍ରାପ୍ତ ଅଧ୍ୟାପକ ଅମୂଲ୍ୟ କୁମାର ସାହୁ, ଆଗାମୀ ସାହିତ୍ୟ ସଂସଦର ସମ୍ପାଦକ ଅଶୋକ ବହିଦାର, ଉପସଭାପତି ସଞ୍ଜୟ ବହିଦାର ଓ ଅବସରପ୍ରାପ୍ତ ଅଧ୍ୟାପକ ବାଞ୍ଛାନିଧି ପଣ୍ଡା ପ୍ରମୁଖ ମଞ୍ଚାସୀନ ଥିବା ବେଳେ ଉପସଭାପତି ସଞ୍ଜୟ ବହିଦାର ସ୍ୱାଗତ ଭାଷଣ ଦେଇଥିବା ବେଳେ ନାଟ୍ୟକାର ତଥା ସଂସଦର ସମ୍ପାଦକ ଅଶୋକ ବହିଦାର ସମ୍ପାଦକିୟ ସମ୍ଭାଷଣ ପ୍ରଦାନ କରିଥିଲେ । ସ୍ୱର୍ଗତ ପୃଷେଠଙ୍କ ପଦ୍ମପୁର ପ୍ରତି ଥିବା ଅନେକ ଅବଦାନ ମଧ୍ୟରୁ ଏହି ସାହିତ୍ୟ ଅନୁଷ୍ଠାନକୁ ଜୀବନ ପ୍ରଦାନ କରି ଗଢି ଥିବାରୁ ଉପସ୍ଥିତ ସମସ୍ତ ସାହିତ୍ୟିକ, ମାନ୍ୟଗଣ୍ୟ ବ୍ୟକ୍ତିମାନେ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ସ୍ମୃତି ଚାରଣ କରିଥିଲେ । ଏହି ଅବସରରେ ମଞ୍ଚାସୀନ ଅତିଥିମାନଙ୍କ ଦ୍ୱାରା ଏକ ଛୋଟିଆ ବ୍ୟକ୍ତିଗତ ପତ୍ରିକା ଆଗାମୀ ଉନ୍ମୋଚିତ ହୋଇଥିଲା । ଏହି ସଭାରେ ଗାଇସିଲେଟ ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ଜୟକେତନ ତ୍ରିପାଠୀ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ ।

Leave A Reply

Your email address will not be published.