csstore

ପରିବାର ପରିବାର ମଧ୍ୟରେ ମିଳି ମିଶି ସୁସମ୍ପର୍କ ରଖି ଦୁଃଖ ସୁଖରେ ସାହାଯ୍ୟ କଲେ ମଣିଷ ଜୀବନ ସୁଖରେ କଟି ଥାଏ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ଜର୍ଜଗଡ଼ ଏକ ଛୋଟିଆ ଗାଁ ଟିଏ । ଗାଁଟି ଗନ୍ଧମାର୍ଦ୍ଦନ ପର୍ବତର ଅନତି ଦୂରରେ ଅବସ୍ଥିତ । ଏହି ଗାଁରେ ବସବାସ କରୁଥିବା ଲୋକେ ଅତି ସରଳ ଅଟନ୍ତି । ଗାଁରେ ଫାୟାର ଅଫିସ, କୃଷି ଅଫିସ, ତହସିଲ ଅଫିସ, ଆର୍‌ଡି ଅଫିସ, ଟେଲିଫୋନ୍‌ ଅଫିସ, ସବ୍‌ରେଷ୍ଟି ଅଫିସ, ଅବକାରୀ ଅଫିସ, କେନ୍ଦୁପତ୍ର ରେଞ୍ଜ ଅଫିସ, ସବ୍‌ ଟ୍ରେଜେରି ଅଫିସ ପ୍ରମୁଖ ରହିଛି । ଏଥି ସହ ମହର୍ଷି ଦୟାନନ୍ଦ ଗୁରୁକୁଳ ମହାବିଦ୍ୟାଳୟ, ଟିଆର୍‌ ଡବ୍ଲୁ ହାଇସ୍କୁଲ, ଆୟୁର୍ବେଦ କଲେଜ ଲୁମ୍ବିନୀ ଉଦ୍ୟାନର କର୍ମକର୍ତ୍ତାମାନେ ନିଜ ନିଜ ପରିବାର ସହ ମିଳିମିଶି ଆନନ୍ଦରେ ରହୁ ଥିବା ଦେଖାଯାଇଛି । ଗୁରବାର କେତେକ ପରିବାର ମିଶି ଏକ ନିରାମିଶ ଭୋଜି କରିଥିଲେ । ସମସ୍ତେ ମିଳିମିଶି ରୋଷେଇ କରି ସାରି ଖୁସିରେ ଖାଇବା ପୂର୍ବରୁ ଏକାଠି ବସି ସେମାନେ କିପରି ପାଠ ପଢି ମଣିଷ ହେଲେ, ବାପା ମାଆଙ୍କ କିପରି ସେବା କରିବା, ପରିବେଶ କିପରି ସଫା ରଖିବା, ପିଲା ଛୁଆଙ୍କ ଯତ୍ନ କିପରି ନେବା, ଗଛ କିପରି ଲଗାଇବା, ରୋଷଇ ଘରର ଯତ୍ନ, ସର୍ବୋପରି ଆଜିକାଲି ଦୁନିଆରେ ପିଲା ଛୁଆ ମାନଙ୍କୁ ପାଠ ପଢ଼ାଇ କିପରି ମଣିଷ କରିବା ଏନେଇ ଆଲୋଚନା ହୋଇଥିଲା । ଆଲୋଚନାରେ ନିରଞ୍ଜନ ବାରିକ, ସୁବାସ ପ୍ରଧାନ, ସଂସ୍କୃତ ଲେକ୍‌ଚର୍‌ ଆୟୁର୍ବେଦ କଲେଜ କଳ୍ପେନ୍ଦ୍ର ପ୍ରଧାନ ପ୍ରମୁଖ ଅତିଥି ଭାବେ ଭାଗ ନେଇ ପରିବାର ପରିବାର ମଧ୍ୟରେ ସୁସମ୍ପର୍କ ରଖି ସୁଖ ଦୁଃଖରେ ପରସ୍ପରକୁ ସାହାଯ୍ୟ କଲେ ସମସ୍ତେ ଖୁସିରେ ବଞ୍ଚି ପାରିବା ବୋଲି ଦିଗ ଦର୍ଶନ ଦେଇଥିଲେ । ଶେଷରେ ସମସ୍ତ ପରିବାର ଏକାଠି ଖୁସିରେ ଭୋଜନ କରିଥିଲେ ।

jayashree
Leave A Reply

Your email address will not be published.