ବଲାଙ୍ଗିରରେ ଜିଲ୍ଲାସ୍ତରୀୟ ରେନ୍‌ବୋ ସ୍ୱାଭିମାନ ପଦଯାତ୍ରା ଆୟୋଜିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିରରେ ଜିଲ୍ଲାସ୍ତରୀୟ ରେନ୍‌ବୋ ସ୍ୱାଭିମାନ ପଦଯାତ୍ରା ଆୟୋଜିତ ହୋଇଯାଇଛି । ଏହି ପଦଯାତ୍ରାରେ ଶତାଧିକ ଟ୍ରାନ୍ସଜେଣ୍ଡର୍‌ ସାମିଲ୍‌ ହୋଇଥିବା ଦେଖିବାକୁ ମିଳିଛି । ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରୁ ଏହି ପଦଯାତ୍ରା ଆରମ୍ଭ ହୋଇଥିବା ବେଳେ ଏହା ଭୀମଭୋଇ ମେଡ଼ିକାଲ୍‌ କଲେଜ ନିକଟକୁ ପହଂଚି ସେଠାରେ ଟ୍ରାନ୍ସଜେଣ୍ଡର୍‌ ମାନଙ୍କ ହକ୍‌ ପାଇଁ ଯେଉଁମାନେ ନିଜ ଜୀବନକୁ ବଳି ଦେଇଛନ୍ତି କିମ୍ବା ଜୀବନ ତମାମ୍‌ ଟ୍ରାନ୍ସଜେଣ୍ଡର୍‌ ମାନଙ୍କ ହକ୍‌ ପାଇଁ କାମ କରିଛନ୍ତି ସେମାନଙ୍କ ଉଦ୍ଦେଶ୍ୟରେ ଏକ ସ୍ମୃତି ତର୍ପଣ କାର୍ଯ୍ୟକ୍ରମ ରହିଛି । ୨୦୦୯ ମସିହାରେ ବିଭିନ୍ନ ଗୋଷ୍ଠୀ ଭିତ୍ତିକ ଅନୁଷ୍ଠାନ ଓ ସାଥୀ ଏନ୍‌ଜିଓର ସହଭାଗିତାରେ ଭୁବନେଶ୍ୱର ଠାରେ ସର୍ବପ୍ରଥମେ ରେନ୍‌ବୋ ସ୍ୱାଭିମାନ ଶୋଭାଯାତ୍ରା ଆରମ୍ଭ ହୋଇଥିଲା । ଟ୍ରାନ୍ସଜେଣ୍ଡର୍‌ ମାନଙ୍କ ଅନ୍ୟମାନଙ୍କ ଭଳି ସମାଜରେ ସ୍ୱାଭିମାନ ସହ ବଂଚିବାର ଅଧିକାର ତଥା ସମସ୍ତ କ୍ଷେତ୍ରରେ ସମାନତା ଆଣିବା ଉଦ୍ଦେଶ୍ୟରେ ରେନ୍‌ବୋ ସ୍ୱାଭିମାନ ପଦଯାତ୍ରା ଆୟୋଜିତ ହୋଇଥିବା କୁହାଯାଇଛ ।

jittmm
Leave A Reply

Your email address will not be published.