ବଲାଙ୍ଗିର ଭୀମଭୋଇ ମେଡ଼ିକାଲ୍‌ କଲେଜ ଓ ହସ୍‌ପିଟାଲ୍‌ରେ ପାଳିତ ହେଲା ରକ୍ତ ଶିକୁଳି ଦିବସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଭୀମଭୋଇ ମେଡ଼ିକାଲ୍‌ କଲେଜ ଓ ହସ୍‌ପିଟାଲ୍‌ର ସମ୍ମିଳନୀ କକ୍ଷରେ ପାଳିତ ହୋଇଯାଇଛି । ରକ୍ତ ଶିକୁଳି ଦିବସ । ଭୀମଭୋଇ ମେଡ଼ିକାଲ୍‌ କଲେଜ ଓ ହସ୍‌ପିଟାଲ୍‌ ସୁପରିନ୍‌ଟେଣ୍ଡେଣ୍ଟଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଦେବକୀ ସାହୁ, ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁଙ୍କ ସହ ଅନ୍ୟମାନେ ଯୋଗଦାନ କରି ଏହି ଦିବସ ପାଳନର ଉଦ୍ଦେଶ୍ୟ ସଂପର୍କରେ ଆଲୋଚନା କରିଛନ୍ତି । ସୂଚନାଯୋଗ୍ୟ ଯେ, ରକ୍ତ ଶିକୁଳି ବା ସିକିଲ୍‌ ସେଲ୍‌ ରୋଗ ଏକ ବଂଶଗତ ରୋଗ ହୋଇଥିବା ବେଳେ ଏହି ରୋଗ ଦ୍ୱାରା ରକ୍ତରେ ହିମୋଗ୍ଲୋବିନ୍‌ ତିଆରି କରୁଥିବା ଜିନ୍‌ ତ୍ରୁଟିଯୁକ୍ତ ହୋଇଥାଏ । ତେବେ ଆଗାମୀ ୨୦୪୭ ସୁଦ୍ଧା ଭାରତକୁ ସିକିଲ୍‌ ସେଲ୍‌ ଏନିମିଆ ବା ରକ୍ତହୀନତାରୁ ମୁକ୍ତ କରିବା ପାଇଁ ଭାରତ ସରକାରଙ୍କ ପକ୍ଷରୁ ଏକ ମିଶନର ଘୋଷଣା କରାଯାଇଥିବା ବେଳେ ଏଥିପାଇଁ ଏହି ଦିବସ ପାଳନ ଅବସରରେ ସଚେତନତା ସୃଷ୍ଟି କରାଯିବାକୁ ଲକ୍ଷ୍ୟ ରଖାଯାଇଛି ।

Leave A Reply

Your email address will not be published.