csstore

ଜର୍ଜଗଡ଼ ଗ୍ରାମର ମହିଳାମାନେ ତହସିଲ ଅଫିସ ସମ୍ମୁଖରେ : ନୃସିଂହନାଥ ରାସ୍ତାକୁ ଅବରୋଧ କରି ଧାରଣାରେ ବସିଲେ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପାଇକମାଳ ଜର୍ଜଗଡ଼ ଗ୍ରାମର ମହିଳାମାନେ ତହସିଲ ଅଫିସ ସମ୍ମୁଖରେ, ନୃସିଂହନାଥ ରାସ୍ତାକୁ ଅବରୋଧ କରି ଧାରଣାରେ ଅନେକ ସମୟ ଧରିବସିଥିଲେ । ପ୍ରକାଶ ଥାଉକି ଗାଁରେ ପ୍ରାୟ ଦୁଇ ବର୍ଷ ହେବ ଗୋଟିଏ ପାଣି ଟାଙ୍କି ନିର୍ମାଣ କରାଯାଇ ପାଇପ ବିଛା ଯାଇ, ପ୍ରତି ଘରକୁ ଘର ପାଣି ଷ୍ଟାଣ୍ଡ ପୋଷ୍ଟ ତିଆରି କରି ପାଣି ଯୋଗାଇବା ପାଇଁ ବ୍ୟବସ୍ଥା କରାଯାଇଛି ହେଲେ ପାଣି ଯୋଗାଇ ଦିଆଯାଉନଥିବାରୁ ଆଜି ମହିଳାମାନେ ରାସ୍ତା ଉପରେ ଗରିଆ, ମାଠିଆ, ବାଲ୍ଟି ରଖି ଧାରଣାରେ ବସିଥିଲେ । ଖବର ପାଇଁ ବିଭାଗୀୟ ଏ.ଇ ଦିବାକର ମୁନା ଘଟଣାସ୍ଥଳକୁ ପହଂଚି ମହିଳା ତଥା ଯୁବକ ମାନଙ୍କୁ ଅନେକ ବକ୍ତବ୍ୟ ରଖି ବୁଝା ସୁଝା କରିଥିଲେ ଓ ଶେଷରେ ବିଦ୍ୟୁତ ଖୁଣ୍ଟ ପୋତି ତାର ଟାଣି ଟ୍ରାନ୍ସଫରମର ଲଗାଇବା ପାଇଁ ଯେଉଁ ବ୍ୟକ୍ତି ଠିକା ନେଇଛନ୍ତି ସେ କାମ କରୁନାହାନ୍ତି ବୋଲି ବୁଝାଇ ଥିଲେ । ବିଦ୍ୟୁତ୍‌ ସପ୍ପାଏ ନହେଲେ ମଟର କିପରି ଚାଲିବ ବୋଲି କହିଥିଲେ । ଶେଷରେ ମହିଳା ମାନେ ଆମକୁ ଏକ ମାସ ମଧ୍ୟ୍ୟରେ ପାଣି ଘରକୁ ଘର ଯୋଗାଇ ନଦେଲେ ପୁଣି ରାସ୍ତା ରୋକ୍‌ କରିବୁ ବୋଲି ଚେତାବନୀ ଦେଇ ଧାରଣାରୁ ଉଠିଥିଲେ । ଗାଁର ଭଦ୍ରବ୍ୟକ୍ତି ନରେନ୍ଦ୍ର ସାହୁ, ଅଜୁ ସେଠ, ବିଭୁତି ମୁଣ୍ଡ, ମାନ କୁମ୍ଭାର, ଅଶ୍ୱିନୀ ସାହୁ, ମଧୁ ତାଣ୍ଡି, ଦୀପକ ଭୋଇ, ବଡ ଶତପଥି ପ୍ରମୁଖ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.