oom

ସହପାଠୀ ଲକ୍ଷ୍ମୀ ବରିହାଙ୍କ ସ୍ୱାମୀଙ୍କ ଚିକିତ୍ସା ପାଇଁ ସହାୟତାର ହାତବଢାଇଲେ ୧୯୮୩ ମାଟ୍ରିକ ବ୍ୟାଚ୍‌ର ସହପାଠୀ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ନିକଟସ୍ଥ ଦହିଗାଁ ଗ୍ରାମରେ ଲକ୍ଷ୍ମୀ ବରିହାଙ୍କ ସ୍ୱାମୀ ଦୁଆରୁ ବରିହା ରୋଗୀଣା ଅବସ୍ଥାରେ ଦୟନୀୟ ପରିସ୍ଥିତିରେ ତାଙ୍କ ଘରେ ପଡ଼ିରହୁଛନ୍ତି । ରାଜବୋଡ଼ାସମ୍ବର ୧୯୮୩ ବ୍ୟାଚ୍‌ର ପୁରାତନ ଛାତ୍ର ଦହିଗାଁ ଗ୍ରାମକୁ ଯାଇ ପୀଡ଼ିତ ଦୁଆରୁ ବରିହା ଏବଂ ତାଙ୍କ ସ୍ତ୍ରୀ ଲକ୍ଷ୍ମୀ ବରିହାଙ୍କ ସହିତ ଦେଖା ସାକ୍ଷାତ କରିଥିଲେ । ପରିସ୍ଥିତିରୁ ଜଣାପଡ଼ିଲା ଯେ, ତାଙ୍କ କହିବା ଅନୁସାରେ ସେମାନେ ଦୁଇ ଦମ୍ପତ୍ତି ଦାଦନ ଖଟି ଯାଇଥିଲେ ସେଠାରେ ଦୁଆରୁଙ୍କ ସ୍ୱାସ୍ଥ୍ୟ ଖରାପ ହେବାକୁ ଲାଗିଲା, ସ୍ୱାସ୍ଥ୍ୟ ବିଶେଷ ଖରାପ ହେବାରୁ ସେମାନେ ତାଙ୍କ ଗ୍ରାମକୁ ଫେରିଆସିଲେ । ପରେ ପଦ୍ମପୁର ଡାକ୍ତରଖାନାରେ ଚିକିତ୍ସିତ ହେବାରୁ ଜଣାପଡ଼ିଲା ଯେ, ଦୁଆରୁଙ୍କୁ ବ୍ରେନ୍‌ ଟ୍ୟୁମର୍‌ ହୋଇଛି । ସେ ଅପରେସନ୍‌ ମଧ୍ୟ କରାଇଲେ କିନ୍ତୁ ତାଙ୍କ ପାଖରେ ଯେତେ ପଇସା ପତ୍ର ଥିଲା ଖର୍ଚ୍ଚ କରି ଦେଇଥିଲେ ଏବଂ ସେମାନେ ନିଃସହାୟ ବୋଲି କହୁଥିଲେ । ବର୍ତ୍ତମାନ ତାଙ୍କ ପାଖରେ କିଛି ନାହିଁ ଦୁଇ ଦମ୍ପତ୍ତି ବିଷମ ପରିସ୍ଥିତିରେ ପଡିରହିଛନ୍ତି । ତାଙ୍କୁ ୧୯୮୩ ସିନିୟର୍ ବ୍ୟାଚ୍‌ର କିଛି ଛାତ୍ର ସେମାନଙ୍କୁ ୧୦ ହଜାର ଟଙ୍କା ସହଯୋଗ ରାଶି ହିସାବରେ ଲକ୍ଷ୍ମୀ ବରିହାଙ୍କୁ ପ୍ରଦାନ କରିଥିଲେ । ତାଙ୍କୁ ଅନ୍ୟାନ୍ୟ ସାହାଯ୍ୟ କରିବାକୁ ପ୍ରତିଶ୍ରୁତି ଦେଇଥିଲେ ୮୩ ସିନିୟର୍‌ର ବେଚ୍‌ ପୁରାତନ ଛାତ୍ର ସୁଦୀପ୍ତ ଦାସ, ଗଜେନ୍ଦ୍ର ମହାନ୍ତି, ବିଜୟ ରାମ ଚନ୍ଦ୍ର ଦାନି, ସୁଦର୍ଶନ ସାହୁ ଏବଂ ବିଧୁ ଭୂଷଣ ଚାନ୍ଦ ଉପସ୍ଥିତ ରହି ପୀଡ଼ିତ ପରିବାରଙ୍କୁ ଶାନ୍ତ୍ୱନା ଦେଇଥିଲେ । ସେମାନେ ଭଗବାନଙ୍କ ଠାରେ ପ୍ରାର୍ଥନା କରିବା ସହ ଶୀଘ୍ର ଆରୋଗ୍ୟ ଲାଭ କରିବାକୁ କାମନା କରିଥିଲେ ।

jittmm
Leave A Reply

Your email address will not be published.