ଅଦାନି ଗ୍ରୁପ ଧର୍ମା ପ୍ରଡକ୍ସନରେ ଇନଭେଷ୍ଟ କରିବ

ମୁମ୍ବାଇ : ଅଦାନି ଗ୍ରୁପର ଗୌତମ ଅଦାନି ଧର୍ମା ପ୍ରଡକ୍ସନର ୩୦ ପ୍ରତିଶତ ଅଂଶଧନ କିଣିବା ପାଇଁ ପ୍ରସ୍ତାବ ଦେଇଛନ୍ତି ବୋଲି ବଲିଉଡ ହଙ୍ଗାମାରେ ଖବର ଶୁଣିବାକୁ ମିଲିଛି । ସୁଶାନ୍ତ ସିଂ ରାଜପୁତଙ୍କ କେସ୍‌ ପରେ ଧର୍ମା ପ୍ରଡକ୍ସନର ମୁଖ୍ୟ କରନ ଜୋହର ପ୍ରଚୁର କ୍ଷତି ସହିଛନ୍ତି । ଯଦି ଏହା ହୁଏ ତାହାହେଲେ ଉଭୟ ଫାଇଦାରେ ରହିବେ । ତଖଥ, ସ୍ତୋନା ୨, ଯୁଗ ଯୁଗ ଜିୟୋ, ଫାଇଟର ପରି ଫିଲ୍ମ ପାଇଁ ଫାଇନାନ୍ସର ଅଭାବ ରହିବ ନାହିଁ । ଧର୍ମା ପ୍ରଡକ୍ସନର ସିଇଓ ଅପୂର୍ବ ମେହେଟ୍ଟାଙ୍କ ପକ୍ଷରୁ ଏ ନେଇ କୌଣସି ମନ୍ତବ୍ୟ ଦେଇ ନାହାନ୍ତି । କେସରୀ ଓ ସିମ୍ବା ପରି ସୁପରହିଟ ଫିଲ୍ମ ଦେଇଥିବା ଧର୍ମା ପ୍ରଡକ୍ସନ ସୁଶାନ୍ତଙ୍କ କେସ୍‌ ପରେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥିବା ଜଣାପଡିଛି ।

Leave A Reply

Your email address will not be published.