ଦୋକାନ ଉପରେ ମାଡିଗଲା ଟ୍ରକ୍‌ : ଜଣେ ମୃତ, ୨ ଗୁରୁତର

ଆସିକା : ଧରାକୋଟ ଥାନା ଅନ୍ତର୍ଗତ ବାହାଡାଗୁଡା ଛକ ଚାନ୍ଦିନୀରେ ବସିଥିବା ବେଳେ ମାଡ଼ିଗଲା ଟ୍ରକ୍‌ । ଚାପି ହୋଇ ଜଣେ ମୃତ, ୨ ଗୁରୁତର । ଗୁରୁତରମାନଙ୍କୁ ଆସିକା ଉପଖଣ୍ଡ ଚିକିତ୍ସାଳୟ ଓ ପରେ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି । ମୃତକ ଜଣକ ହେଲେ ମହେନ୍ଦ୍ର ବିଷୋୟୀ(୪୫) ଓ ଗୁରୁତରମାନେ ହେଲେ ଗ୍ରାମର ବୃନ୍ଦାବନ ସ୍ୱାଇଁ ଏବଂ କାମେଶ୍ୱର ସେଠୀ । ସୂଚନା ଅନୁଯାୟୀ ସକାଳ ପ୍ରାୟ ୬ଟା ସମୟରେ ଆସିକା ପଟୁ ଶେରଗଡ଼ ଅଭିମୁଖେ ଯାଉଥିବା ଏକ ଟ୍ରକ୍‌ ବାହାଡାକୁଡ଼ା ଛକ ନିକଟରେ ଥିବା ଏକ ଦୋକାନ ମଧ୍ୟକୁ ପଶି ଯାଇଥିଲା । ଫଳରେ ଦୋକାନୀ ଟ୍ରକ୍‌ ଚକତଳେ ଚାପି ହୋଇ ଘଟଣାସ୍ଥଳରେ ହିଁ ମୃତ୍ୟୁବରଣ କରିଥିବା ବେଳେ ଅନ୍ୟ ଦୁଇ ଜଣଙ୍କ ଅବସ୍ଥା ବି ସଂକଟାପନ୍ନ ରହିଛି । ଘଟଣାସ୍ଥଳରେ ଧରାକୋଟ ପୁଲିସ ପହଞ୍ଚି ଶବ ଜବତ କରିବା ସହ ତଦନ୍ତ କରୁଛି ।

Leave A Reply

Your email address will not be published.