ଟିଟିଲାଗଡ ଲାୟନ୍ସ କ୍ଲବର ୪୫ତମ ପ୍ରତିଷ୍ଠା ଦିବସ ପାଳନ : ସଭାପତି ହେଲେ ଗଙ୍ଗାଧର ଶର୍ମା

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଶନିବାର ସନ୍ଧ୍ୟାରେ ଟିଟିଲାଗଡ ଲାୟନ୍ସ କ୍ଲବର ୪୫ତମ ପ୍ରତିଷ୍ଠା ଦିବସ ପାଳନ ସହ ବର୍ଷ ୨୦୨୪/୨୫ ପାଇଁ ଚୟନ କରାଯାଇଥିବା ନୂତନ ସଭାପତି ଓ କମିଟି ସଦସ୍ୟଙ୍କ ଶପଥ ଗ୍ରହଣ ସମାରୋହ କ୍ଲବ ସଭାପତି ସନ୍ତୋଷ ମହାନ୍ତିଙ୍କ ସଭାପତିତ୍ୱରେ ସ୍ଥାନୀୟ ଗୋବିନ୍ଦ ବାଟିକା ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଶପଥ ଗ୍ରହଣ ସମାରୋହରେ ମୁଖ୍ୟ ଅତିଥି ଭାବେ ଟିଟିଲାଗଡ ପୌର ପରିଷଦର ଅଧ୍ୟକ୍ଷା ତଥା ଲାୟନ୍ସ୍ କ୍ଲବର ସଦସ୍ୟା ଶ୍ରୀମତୀ ମମତା ଦେବି ଜୈନ, ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ଲାୟନ୍ ପ୍ରବୀଣ ଅଗ୍ରୱାଲ, ସମ୍ମାନିତ ଅତିଥି ଭାବେ ପିଏମ୍‌ସିସି ସଦସ୍ୟ ସଞ୍ଜୟ ସାହୁ, ପିଡିଜି ଯମୁନା ପ୍ରସାଦ ଗୋୟଲ, ରିଜିଓନାଲ୍‌ ଚେୟାର ପର୍ସନ ଦୀପକ ପୃଷ୍ଟି, ଜୋନାଲ ଚେୟାର ପର୍ସନ ରୋହିତ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରତିଷ୍ଠାତା ମେଲଭିନ ଜୋନସଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରି ଦୀପ ପ୍ରଜ୍ଜ୍ୱଳନ କରିବା ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ସଭାପତି ସନ୍ତୋଷ ମହାନ୍ତି ସମସ୍ତ ଅତିଥିଙ୍କୁ ସ୍ୱାଗତ ଭାଷଣ ଦେବା ପରେ ସମ୍ପାଦକ ଅଜିତ ପାତ୍ର ବର୍ଷ ୨୦୨୩/୨୪ରେ କରାଯାଇଥିବା କାର୍ଯ୍ୟର ବାର୍ଷିକ ବିବରଣୀ ପାଠ କରିଥିଲେ । ଏହି ଅବସରରେ କ୍ଲବର ଚାର୍ଟର ମେମ୍ବରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହା ପରେ ବର୍ଷ ୨୦୨୪/୨୫ ପାଇଁ ନୂତନ ସଭାପତି ଭାବେ ଗଙ୍ଗାଧର ଶର୍ମା, ସମ୍ପାଦକ ଆବାସ ଖାଁ, ସହ ସମ୍ପାଦକ ଅସୀମ କୁଣ୍ଡୁ, କୋଷାଧ୍ୟକ୍ଷ ସଜ୍ଜନ କମାନି, ମାର୍କେଟିଙ୍ଗ ଚେୟାର ପର୍ସନ ସଞ୍ଜୟ କୁମାର ନାୟକ, ପିଆର୍‌ଓ ଲିଙ୍ଗରାଜ ସାହୁ, ସର୍ଭିସ ଚେୟାର ପର୍ସନ ଆନନ୍ଦ ଜୈନ ଓ ଅନ୍ୟ ସଦସ୍ୟଙ୍କୁ ଇନଷ୍ଟଲେସନ ଅଫିସର ପ୍ରବୀଣ ଅଗ୍ରୱାଲ ଶପଥ ପାଠ କରାଇଥିଲେ । ଏହାପରେ ଗଙ୍ଗାଧର ଶର୍ମା ନିଜର ଅଭିଭାଷଣ ପ୍ରଦାନ କରିବା ସହ ଆଗାମୀ ଦିନରେ କ୍ଲବ ସଦସ୍ୟଙ୍କ ସହଯୋଗରେ ଆହୁରି ସେବା କାର୍ଯ୍ୟ କରିବୁ ବୋଲି କହିଥିଲେ । ବର୍ଷ ୨୦୨୩/୨୪ରେ ଭଲ ପ୍ରଦର୍ଶନ କରିବା ସହିତ ବିଭିନ୍ନ ପ୍ରୋଜେକ୍ଟ ପରିଚାଳନାରେ ସହଯୋଗ କରିଥିବା ସଦସ୍ୟଙ୍କୁ ସନ୍ତୋଷ ମହାନ୍ତି ପ୍ରେସି ଡେନସିଆଲ ଆୱର୍ଡରେ ସମ୍ମାନିତ କରିଥିଲେ । କ୍ଲବର ସଦସ୍ୟ ସ୍ୱର୍ଗତ ରବୀନ୍ଦ୍ର ପାତ୍ରଙ୍କ ଉଦ୍ଦେଶ୍ୟରେ ଏକ ମିନିଟ ଶୋକ ସଭା କରିବା ସହ ତାଙ୍କ ସ୍ତ୍ରୀଙ୍କୁ କ୍ଲବ ତରଫରୁ ଏକ ସ୍ମାରକୀ ପ୍ରଦାନ କରାଯାଇଥିଲା । ଶୈଳେଶ ଗୋୟଲ, ଲିଙ୍ଗରାଜ ସାହୁ, ଶମ୍ଭୁ ପ୍ରସାଦ ଗୋୟଲ, ସଞ୍ଜୟ ସୋନି, ମଦନ ପୃଷ୍ଟି, ନିରୋଜ ପଟ୍ଟନାୟକଙ୍କ ସମେତ ଅନ୍ୟାନ୍ୟ ସଦସ୍ୟ ସଭା ପରିଚାଳନା କରିବାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.