ସାଧାରଣ ନିର୍ବାଚନ ୨୦୨୪ରେ ମତଦାନ କେନ୍ଦ୍ର ଠାରେ ୬୫. ୭୯% ମତଦାନ ହାର ରେକର୍ଡ

  • ସାଧାରଣ ନିର୍ବାଚନର ସପ୍ତମ ପର୍ଯ୍ୟାୟରେ ୬୩.୮୮% ମତଦାନ ହାର ରେକର୍ଡ

ଭୁବନେଶ୍ୱର, (ପିଆଇବି) : ସାଧାରଣ ନିର୍ବାଚନ ୨୦୨୪ର ସପ୍ତମ ପର୍ଯ୍ୟାୟରେ ଦେଶର ୫୭ଟି ସଂସଦୀୟ କ୍ଷେତ୍ରରେ ମତଦାନ କେନ୍ଦ୍ରଗୁଡ଼ିକରେ ୬୩.୮୮% ମତଦାନ ହାର ରେକର୍ଡ କରାଯାଇଛି । ଭାରତର ନିର୍ବାଚନ ଆୟୋଗଙ୍କ ପକ୍ଷରୁ ୧ ଜୁନ୍ ୨୦୨୪ରେ ଜାରି ହୋଇଥିବା ଦୁଇଟି ପ୍ରେସ୍ ବିଜ୍ଞପ୍ତି ଏବଂ ପୂର୍ବବର୍ତ୍ତୀ ପର୍ଯ୍ୟାୟରେ ମତଦାନ ହାର ତଥ୍ୟ ପ୍ରକାଶ କରିବାର ପରମ୍ପରାକୁ ବଜାୟ ରଖି ଆୟୋଗ ଏହି ସୂଚନା ଦେଇଛନ୍ତି । ମୋଟ ଉପରେ ୨୦୨୪ ସାଧାରଣ ନିର୍ବାଚନରେ ମତଦାନ କେନ୍ଦ୍ରଗୁଡ଼ିକରେ ୬୫.୭୯% ମତଦାନ ହୋଇଛି । ପୋଷ୍ଟାଲ ଭୋଟ୍ ସଂଖ୍ୟା ଏବଂ ମୋଟ ମତଦାନ ହାର ସମ୍ବନ୍ଧୀୟ ବିସ୍ତୃତ ପରିସଂଖ୍ୟାନ ରିପୋର୍ଟ ନିର୍ବାଚନ ଆୟୋଗଙ୍କ ୱେବସାଇଟରେ ଉପଲବ୍ଧ ହେବ, ଯାହାକି ମାନକ ଅଭ୍ୟାସ ଅନୁଯାୟୀ ରାଜ୍ୟ / କେନ୍ଦ୍ରଶାସିତ ଅଞ୍ଚଳରୁ ଠିକ୍ ସମୟରେ ପ୍ରାପ୍ତ ହେବ । ପୋଷ୍ଟାଲ୍‌ ବାଲଟ୍‌ରେ ସର୍ଭିସ ଭୋଟର, ଅନୁପସ୍ଥିତ ଭୋଟର (୮୫ ବର୍ଷରୁ ଅଧିକ, ଦିବ୍ୟାଙ୍ଗ, ଅତ୍ୟାବଶ୍ୟକ ସେବା ଇତ୍ୟାଦି) ଏବଂ ନିର୍ବାଚନ ଡ୍ୟୁଟିରେ ଥିବା ଭୋଟରଙ୍କୁ ଦିଆଯାଇଥିବା ପୋଷ୍ଟାଲ ବାଲଟ୍ ଅନ୍ତର୍ଭୁକ୍ତ ।

Leave A Reply

Your email address will not be published.