ବିଶ୍ୱ ପରିବେଶ ଦିବସ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା କରାଟେ ଅର୍ଗାନାଇଜେସନ୍‌ ଓ ନେହେରୁ ଯୁବ କେନ୍ଦ୍ରର ମିଳିତ ଆନୁକୁଲ୍ୟରେ ସ୍ଥାନୀୟ ପିପି ଏକାଡେମୀ ହାଇସ୍କୁଲ କନ୍‌ଫରେନ୍ସ ହଲ୍‌ ଠାରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି । ଏଥିରେ ଜିଲ୍ଲା ଫରେଷ୍ଟ ଡିଭିଜିନାଲ୍‌ ଅଫିସର ସୁଦର୍ଶନ ବେହେରା ମୁଖ୍ୟ ଅତିଥି ରୂପେ ଯୋଗଦାନ ଦେଇଥିବା ବେଳେ ବଲାଙ୍ଗିର ରେଞ୍ଜ ଅଫିସର ନବୀନ ପଣ୍ଡା ଓ ବଲାଙ୍ଗିର ଜିଲ୍ଲା କରାଟେ ଅର୍ଗାନାଇଜେସନ୍‌ର ସାଧାରଣ ସଂପାଦକ ତଥା ରାଜ୍ୟ ସରକାର ପ୍ରକୃତିମିତ୍ର ପୁରସ୍କାର ପ୍ରାପ୍ତ ଅସୀମ କୁମାର ଭୋଇ ମଂଚାସୀନ ଥିଲେ । ଜନସଂଖ୍ୟା ହୁହୁ ହୋଇ ବଢିବା, ଦ୍ରୁତ ସହରୀକରଣ ପାଇଁ ପରିବେଶ ନଷ୍ଟ ହେଉଥିବା ମୁଖ୍ୟ ଅତିଥି ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥିବା ବେଳେ ଏହି କରାଟେ ସଂଗଠନ କେବଳ କରାଟେ ଓ ଆତ୍ମରକ୍ଷା ।କøଶଲ ଟ୍ରେନିିଂରେ ସୀମିତ ନରହି ଜଙ୍ଗଲ ଓ ପରିବେଶର ସୁରକ୍ଷା ପାଇଁ ଅନେକ କିଛି କାର୍ଯ୍ୟକ୍ରମ କରିଆସୁଥିବା କରାଟେ କୋଚ ଅସୀମ ଭୋଇ କହିଛନ୍ତି । ଏହି କାର୍ଯ୍ୟକ୍ରମକୁ ଶଙ୍କର ସାହୁ, ମାନଭଞ୍ଜନ ପ୍ରଧାନ, ଅସୀତ ରଂଜନ ସାହୁ, ଫରେଷ୍ଟର ଆନନ୍ଦ ବିହାର ସ୍ୱାଇଁ, ଫରେଷ୍ଟଗାର୍ଡ ଚିନ୍ମୟ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.