ବିଶ୍ୱ ପରିବେଶ ଦିବସରେ ‘ପରିବେଶ ପାଇଁ ଗଛଟିଏ’ ଆହ୍ୱାନ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ସବୁଜ ଡେଲାଙ୍ଗ ଟ୍ରଷ୍ଟ ବୋଳକଣା, ଡେଲାଙ୍ଗ, ପୁରୀ ପକ୍ଷରୁ ଡେଲାଙ୍ଗ ତହସିଲ ନିକଟରେ ବିଶ୍ୱ ପରିବେଶ ଦିବସ ପାଳନ ହୋଇଯାଇଛି । ସବୁଜ ଡେଲାଙ୍ଗର ପ୍ରତିଷ୍ଠାତା ପ୍ରକୃତିପ୍ରେମୀ ଆଇନଜୀବି ହୃଷୀକେଶ ପାଢ଼ୀଙ୍କ ଦ୍ୱାରା ପ୍ରସ୍ତୁତ ସଚେତନ ଧର୍ମୀ ପରିବେଶ ସୁରକ୍ଷା ବ୍ୟାନରକୁ ରେଞ୍ଚ ଗ୍ରାମ ପଂଚାୟତର ସରପଞ୍ଚ ହରିହର ସ୍ୱାଇଁ ଲୋକାର୍ପଣ କରିଥିଲେ । ଏହି ଅବସରରେ ଶ୍ରୀଯୁକ୍ତ ସ୍ୱାଇଁ କହିଲେ – ପରିବେଶ ପାଇଁ ଗଛର ଆବଶ୍ୟକତା ଅପରିହାର୍ଯ୍ୟ । ଗଛ ନଥିଲେ ଆମେ ବଞ୍ଚିପରିବା ନାହିଁ । ଗଛ ନଥିବାରୁ ଜଳବାୟୁର ଅସ୍ୱାଭାବିକ ପରିବର୍ତ୍ତନ ଘଟୁଛି । ଚଳିତ ବର୍ଷ ଉତ୍ତାପ ଆଶାତୀତ ଭାବେ ବୃଦ୍ଧି ଘଟିଛି । ଏଥିରୁ ରକ୍ଷା ପାଇବା ପାଇଁ ପ୍ରତ୍ୟେକ ଗୋଟିଏ ଗୋଟିଏ ଗଛ ଲଗାଇବାକୁ ସରପଞ୍ଚ ଶ୍ରୀଯୁକ୍ତ ସ୍ୱାଇଁ ସମସ୍ତଙ୍କୁ ନିବେଦନ କରିଥିଲେ । ଚଳିତ ବର୍ଷର ମୁର୍ଦା ‘ଭୂମି ପୁନଃରୁଦ୍ଧାର କର, ପୃଥିବୀକୁ ପୁନର୍ଜୀବିତ କର ବିଷୟରେ ଅନୁଷ୍ଠାନର ପ୍ରତିଷ୍ଠାତା ଶ୍ରୀଯୁକ୍ତ ପାଢ଼ୀ ବିଷଦ ଆଲୋଚନା କରି ତହସିଲ କୁ ଆସୁଥିବା ଜନସାଧାରଣଙ୍କୁ ପରିବେଶ ସୁରକ୍ଷା ତଥା ବିଶ୍ୱତାପୟନରୁ ମୁକ୍ତି ପାଇଁ ପ୍ରତ୍ୟେକ ଗୋଟିଏ ଗୋଟିଏ ଗଛ ଲଗାଇ ତାର ରକ୍ଷଣାବେକ୍ଷଣ କରି ତାକୁ ବଡ଼ କରିବା ପାଇଁ ପରାମର୍ଶ ଦେଇଥିଲେ । ପରେ ପରେ ଶ୍ରୀଯୁକ୍ତ ପାଢ଼ୀ ଓ ସରପଞ୍ଚ ମହୋଦୟ ଅତିରିକ୍ତ ତହସିଲଦାର ଡେଲାଙ୍ଗ ରାଜେନ୍ଦ୍ର ନାରାୟଣ ମହାରଣାଙ୍କୁ ଭେଟି ବନ ମହୋତ୍ସବରେ ତହସିଲ ପରିସରରେ ଚାରା ରୋପଣ କରିବା ପାଇଁ ପ୍ରସ୍ତାବ ଦେଇଥିଲେ । ଅତିରିକ୍ତ ତହସିଲଦାର ମହୋଦୟ ସବୁଜ ଡେଲାଙ୍ଗ ଟ୍ରଷ୍ଟର ଏତାଦୃଶ ପରିବେଶ ସୁରକ୍ଷା କାର୍ଯ୍ୟର ଭୁୟସୀ ପ୍ରଶଂସା କରିଥିଲେ ।

Leave A Reply

Your email address will not be published.