oom

ବିଶ୍ୱ ପରିବେଶ ଦିବସରେ ମାଟ୍ରିକ ଟପ୍ପରଙ୍କୁ ସମ୍ବର୍ଦ୍ଧନା

jsmm

କଣ୍ଟାବାଞ୍ଜି, (କୈଳାସ ସଗ୍ରିଆ) : ଅଗ୍ରଣୀ ଅନୁଷ୍ଠାନ ନିର୍ଝରିଣୀ, କଣ୍ଟାବାଞ୍ଜି ଆନୁକୂଲ୍ୟରେ ବିଶ୍ୱ ପରିବେଶ ଦିବସ ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ପାଳିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ରାମଚନ୍ଦ୍ର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଶାନ୍ତନୁ କୁମାର ପଢିହାରୀ, ଗୋଷ୍ଠୀ ଶିକ୍ଷା ଅଧିକାରୀ, ତୁରେକେଲା ମୁଖ୍ୟ ଅତିଥି, ଈଶ୍ୱର ଚନ୍ଦ୍ର ଖମାରୀ, ଅବସରପ୍ରାପ୍ତ ଶିକ୍ଷା ଜିଲ୍ଲାଧୀଶ ମୁଖ୍ୟ ବକ୍ତା, କୁଞ୍ଜ ବିହାରୀ ବେହେରା ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ପୂଜାର୍ଚ୍ଚନା ପରେ ସମ୍ପାଦକ ପ୍ରକୃତିବନ୍ଧୁ ବିରଞ୍ଚି ନାରାୟଣ ଦାଶ ଉଦ୍ଦେଶ୍ୟ ଜ୍ଞାପନ ଓ ସୂର୍ଯ୍ୟକାନ୍ତ ରଣା ଉପସଭାପତି ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରକୃତିବନ୍ଧୁ ଡ. ନାରାୟଣ ମିଶ୍ର ସଭା ପରିଚାଳନା କରିଥିଲେ । ଆମ ଜମି ଆମ ଭବିଷ୍ୟତ ଉପରେ ମଞ୍ଚାସୀନ ଅତିଥି ବୃନ୍ଦ ଆଲୋକପାତ କରିବା ସହିତ ବୃକ୍ଷ ରୋପଣକୁ ଗୁରୁତ୍ୱ ଦେବାକୁ ଦର୍ଶାଇଥିଲେ । ତାପରେ ଚଳିତ ବର୍ଷ ୨୦୨୩-୨୪ ବର୍ଷର ତୁରେକେଲା ବ୍‌ବ୍ଲକର ସର୍ବୋଚ୍ଚ ନମ୍ୱର ରଖିଥିବା ସୁଶ୍ରୀ ଦିବ୍ୟଦର୍ଶିନୀ ପାଇକରାୟ, ରିତୁ ସାହୁ, ପଦ୍ମିନୀ ମନହୀରା ସମେତ ଦିବ୍ୟାଙ୍ଗ ଛାତ୍ରୀ ନିକିତା ରଣା, ଦୁର୍ଯ୍ୟୋଧନ ଚଣ୍ଡୀ, ଇନ୍ଦୁମତୀ ଆଡ୍‌ଯୁଏଡ୍‌ଙ୍କୁ ଅଭିନନ୍ଦନ ପତ୍ର ଓ ଉପଢୌକନ ପ୍ରଦାନ କରାଯାଇଥିଲା । ପରିବେଶ ଦିବସ ଉପଲକ୍ଷେ ଚିତ୍ରାଙ୍କନ ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ର ସାଇରାମ ଆଚାରୀ, ଦିବ୍ୟାରାଣୀ ପୁଟେଲ, ସୁପ୍ରଭା ଛତ୍ରିଆ, ବିଏମ୍‌ ଧ୍ୱନିକ ମାଝୀ, ଆକୃତି ସାହୁ, ଅଞ୍ଜଳି ସାହୁଙ୍କୁ ପ୍ରମାଣ ପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା । ନିକଟ ଅତୀତରେ ଚାକିରୀରୁ ଅବସର ଗ୍ରହଣ କରିଥିବା ଶିକ୍ଷକ ଡ. ନାରାୟଣ ମିଶ୍ରଙ୍କୁ ଉପଢୌକନ ଓ ଅଭିନନ୍ଦନ ପତ୍ର ପ୍ରଦାନ କରାଯାଇଥିଲା । ଆଦର୍ଶ ଶିକ୍ଷୟିତ୍ରୀ ମଞ୍ଜୁଲତା ଧରୁଆ ପରିବେଶ ଭିତ୍ତିକ କବିତା ପାଠ ଓ ବିଏମ୍‌ ଧ୍ୱନିକ ମାଝୀ ବକ୍ତୃତା ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ଯୁବରାଜ ମେହେର, ନରେନ୍ଦ୍ର ସୁନା, ଥମିର ଛତ୍ରିଆ, ପ୍ରେମରାଜ ପାଣିଗ୍ରାହୀ, ଧନସିଂ ମାଝୀ, କିଶୋର ବରିହା, ମମତା ପଣ୍ଡା, ନିର୍ଝରିଣୀ ଦାଶ, ତେଜ କୁମାର ସାହୁ, ବିଜୁଦାସ ମହାନନ୍ଦ, ଜ୍ୟୋତିବିକାଶ ବାରିକ, ଉମାକାନ୍ତୀ ସରାଫ ଆଦି ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.