csstore

ଯୁବ କୁଲୁତା ସମାଜର ଫରେଷ୍ଟ ଡିଭିଜନ୍‌ର ମିଳିତ ଉଦ୍ୟମରେ ଚାରା ବଣ୍ଟନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବିଶ୍ୱ ପରିବେଶ ଦିବସ ଅବସରରେ ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜ ଓ ବଲାଙ୍ଗିର ଫରେଷ୍ଟ ଡିଭିଜନ୍‌ର ମିଳିତ ଉଦ୍ୟମରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚାରା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ନିଶୁଳ୍କ ୫୦୦ ଚାରା ସର୍ବ ସାଧାରଣରେ ବଣ୍ଟନ କରାଯାଇଥିଲା । ଜଙ୍ଗଲ ଓ ପରିବେଶ ସୁରକ୍ଷା ପାଇଁ ଆଗାମୀ ଦିନରେ ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜ ଅନେକ କିଛି କାର୍ଯ୍ୟକ୍ରମ ହାତକୁ ନେଇଥିବା ଜିଲ୍ଲା ଯୁବ ସଭାପତି ଅସୀମ କୁମାର ଭୋଇ ପ୍ରକାଶ କରିଛନ୍ତି । ପରିବେଶର ହିତ ତଥା ସମାଜସେବା ପାଇଁ ସମର୍ପିତ ଏହି ଯୁବ ସଂଗଠନକୁ ସମସ୍ତ ପ୍ରକାର ସହଯୋଗ କରାଯିବ ବୋଲି ରେଞ୍ଜ ଅଫିସର ନବୀନ ପଣ୍ଡା କହିଛନ୍ତି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଯୁବ ସଂପାଦକ ଭୁବନେଶ୍ୱର ଭୋଇ, ଜିଲ୍ଲା ସଦସ୍ୟ ଶଙ୍କର ପ୍ରଧାନ, ଅସୀତ ରଂଜନ ସାହୁ, ଝୁନୁ ପ୍ରଧାନ, ମାନଭଞ୍ଜନ ପ୍ରଧାନ, ରମେଶ ନାଏକ, କୈବର୍ତ୍ତ ପ୍ରଧାନ, ଶ୍ରୀକାନ୍ତ ବିଶ୍ୱାଲ, ଭୀମରାଜ ସାହୁ, ଅଭି ପ୍ରଧାନ, ଫରେଷ୍ଟର ହରିବଂଶ ପ୍ରଧାନ, ଆନନ୍ଦ ବିହାର ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.