ବିଶ୍ୱ ପରିବେଶ ଦିବସ ପାଳନ ଓ ସଚେତନତା କାର୍ଯ୍ୟକ୍ରମ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଜନକଲ୍ୟାଣ ସେବା ଟ୍ରଷ୍ଟ ପକ୍ଷରୁ ଆଜି ଅତାବିରା ବ୍ଲକ ଅନ୍ତର୍ଗତ ଅତାବିରା ଝାଇଯୋର ଠାରେ ଅନୁଷ୍ଠାନ ତରଫରୁ ବୃକ୍ଷରୋପଣ ସହ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ କୁଷ୍ଠ ରୋଗରୁ ମୁକ୍ତ ପାଇଥିବା ଅସହାୟ କୁଷ୍ଠ କଲୋନୀରେ ଆମ୍ବ, ପଣସ, ଆତ ଇତ୍ୟାଦି ଗଛ ରୋପଣ କରାଯାଇଥିଲା । ଏହା ସହିତ ସଚେତନତା କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଯାଇଛି । ବର୍ଷା ଆରମ୍ଭରୁ ଏହି କଲୋନୀରେ ଅନେକ ବୃଷ ରୋପଣ କରିବା ସହିତ ତାଙ୍କ ଜୀବୀକା ପାଇଁ ଏକ ଫୁଲ ବଗିଚା କରାଯିବ ବୋଲି ମଧ୍ୟ ଆଲୋଚନା ହୋଇଥିଲା । ଏହା ସହିତ ପ୍ରବଳ ଗ୍ରୀଷ୍ମପ୍ରବାହରୁ ବଞ୍ଚିବା ପାଇଁ ଏହି ପରି ବିଶ୍ୱ ପରିବେଶ ଦିବସରେ କାର୍ଯ୍ୟକ୍ରମ କରାଯାଇଛି ବୋଲି ଅନୁଷ୍ଠାନର ପ୍ରତିଷ୍ଠାତା ମୁକୁନ୍ଦ ଦାସ ଜଣାଇଛନ୍ତି । ପରିବେଶ ରହିଲେ ସୁସ୍ଥ ରହିବା ବୋଲି ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା ପରେଶ କୁମାର ମେହେର ସମସ୍ତଙ୍କୁ ଜଣାଇଛନ୍ତି । ଏହା ସହିତ ରାସ୍ତାରେ ଯାତାୟାତ କରୁଥିବା ଲୋକଙ୍କୁ ପରିବେଶ ସଚେତନତା କରାଯାଇଥିଲା । କାର୍ଯ୍ୟକ୍ରମରେ ଅତାବିରା ବ୍ଲକ ସଭାପତି (ଜନକଲ୍ୟାଣ ସେବା ଟ୍ରଷ୍ଟ) ଶ୍ୟାମସୁନ୍ଦର ମେହେର, ଶିବାନନ୍ଦ ମଟାରୀ, ମନିଷ ଶର୍ମା, ଶେଷଦେବ ଦାଶ ସହଯୋଗ କରିଥିଲେ ।

Leave A Reply

Your email address will not be published.