ବ୍ରିଟେନରେ କରୋନା ଭୂତାଣୁର ନୂତନ ଷ୍ଟ୍ରେନକୁ ନେଇ ହାହାକାର : ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ପୁଣିଥରେ ଲକ୍‌ଡ଼ାଉନ୍‌ ଘୋଷଣା କଲେ

ଲଣ୍ଡନ : ବ୍ରିଟେନରେ ପୁଣିଥରେ ଲକଡାଉନ୍ ଲାଗୁ କରିବାକୁ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ଘୋଷଣା କରିଛନ୍ତି । ସୋମବାର ସେ କହିଛନ୍ତି ଯେ, ଇଂଲଣ୍ଡର ପ୍ରାୟ ୫୬ ନିୟୁତ ଲୋକ ପୁରା ଲକଡାଉନକୁ ଫେରିବେ । ଦ୍ରୁତଗତିରେ ବିସ୍ତାର ହେଉଥିôା କରୋନାର ନୂତନ ଷ୍ଟ୍ରେନକୁ ରୋକିବା ପାଇଁ ଏହି ଲକଡାଉନ୍ ବୋଧହୁଏ ଫେବୃଆରୀ ମଧ୍ୟ ଭାଗ ଯାଏଁ ବଳବତ୍ତର ରହିବ । ତାଙ୍କ ବାତ୍‌ର୍ତ୍ତାରେ ସେ କହିଛନ୍ତି ଯେ ବୁଧବାର ଠାରୁ ଏହି ଲକଡାଉନ୍ ଲାଗୁ ହେବ । ଏହା ଅଧୀନରେ ବୁଧବାର ଠାରୁ ସମସ୍ତ ବିଦ୍ୟାଳୟ ବନ୍ଦ ରହିବ । ସ୍କଟଲାଣ୍ଡ ପକ୍ଷରୁ ଘୋଷଣା ପରେ ସେମାନଙ୍କ ପକ୍ଷରୁ ଏହି ଘୋଷଣା ଆସିଛି ।

ବ୍ରିଟେନର କରୋନା ଭାଇରସ୍ ଦ୍‌ଦ୍ୱାରା ସର୍ବାଧିକ ମୃତ୍ୟୁ ହେତୁ ୪୪ ନିୟୁତ ଲୋକ କଡ଼ା ପ୍ରତିବନ୍ଧକ ସାମ୍ନା କରିସାରିଛନ୍ତି । ବୋରିସ୍ ଜନସନ କହିଛନ୍ତି ଯେ, ଗତ ବର୍ଷ ଏପ୍ରିଲରେ କୋଭିଡ ସଂକ୍ରମିତ ପ୍ରାୟ ୨୭,୦୦୦ ଲୋକ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । କରୋନା ବିସ୍ଫୋରଣର ପ୍ରଥମ ତରଙ୍ଗର ଶିଖର ଅପେକ୍ଷା ଏହା ୪୦ ପ୍ରତିଶତ ଅଧିକ । ମଙ୍ଗଳବାର ମାତ୍ର ୨୪ ଘଣ୍ଟା ମଧ୍ୟରେ ୮୦,୦୦୦ରୁ ଅଧିକ ଲୋକ ସଂକ୍ରମିତ ହୋଇଥିବା ଜଣାପଡିଛି ।

Leave A Reply

Your email address will not be published.