ମିକ୍‌ଚର୍‌ ମେସିନ ଓଲଟି ଶ୍ରମିକ ମୃତ

ବୌଦ୍ଧ, (ଜୟାନନ୍ଦ ମିଶ୍ର) : ବୌଦ୍ଧ-କନ୍ଧମାଳ ସୀମାନ୍ତ ରାଣୀପଥର ଠାରେ ରବିବାର ଅପରାହ୍ନରେ ଏକ ମିକ୍‌ଚର୍‌ ମେସିନ ଓଲଟି ଜନୈକ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନାନୁସାରେ କନ୍ଧମାଳ ଜିଲ୍ଲା ରାଣୀପଥର ଠାରୁ ଖଜୁରିପଡା ପର୍ଯ୍ୟନ୍ତ ପାହାଡ଼ କାଟି ଏକ ରାସ୍ତା ନିର୍ମାଣ ଚାଲିଛି । ଆଜି ଅପରାହ୍ନରେ ରାସ୍ତାକାମ ଚାଲିଥିବା ସମୟରେ ଅସାବଧାନତା ହେତୁ ମିକ୍‌ଚର୍‌ ମେସିନ ଓଲଟି ପଡିଥିଲା । ଏହି ଦୁର୍ଘଟଣାରେ ଛତିଶଗଡ଼ର ଅନୱାର୍ ଅଂସାରି ନାମକ ଜଣେ ଶ୍ରମିକ ମେସିନ ତଳେ ଚାପି ହୋଇଯାଇଥିଲେ । ଖବର ପାଇ ଚାରିଛକ ଦମକଳ ଘଟଣାସ୍ଥଳରେ ପହଞ୍ଚି ଗୁରୁତରଙ୍କୁ ଉଦ୍ଧାର କରି ପୁରୁଣାକଟକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ଜଣାପଡ଼ିଛି । ଫୁଲବାଣୀ ସଦରଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଥିବା ଜଣାପଡ଼ିଛି ।

Leave A Reply

Your email address will not be published.