୪୦୦ ଜଣ ଅସହାୟ ବୃଦ୍ଧବୃଦ୍ଧାଙ୍କୁ କମ୍ବଳ ବଣ୍ଟନ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ବଙ୍ଗୋମୁଣ୍ଡା ବ୍ଲକ ସଦରରେ ଆଜି ବିଜୁ ଜନତା ଦଳ ପକ୍ଷରୁ ଅସହାୟ, ବୃଦ୍ଧବୃଦ୍ଧା,ଦିବ୍ୟାଙ୍ଗମାନଙ୍କୁ କମ୍ବଳ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ପୂର୍ବତନ ବଲାଙ୍ଗିର ସାଂସଦ କଳିକେଶ ନାରାୟଣ ସିଂଦେଓଙ୍କ ଆହ୍ୱାନ କ୍ରମେ ରାଜ୍ୟ ଯୁବ ବିଜେଡି ସମ୍ପାଦକ ଅଜିତ କୁମାର ଯୋଶୀଙ୍କ ନେତୃତ୍ୱରେ ୪ ଶହ ଜଣ ଅସହାୟ ବୃଦ୍ଧବୃଦ୍ଧାମାନଙ୍କୁ କମ୍ବଳ ବଣ୍ଟନ କରାଯାଇଛି । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଭୀଷ୍ମ ରଣା, ଶୋଭନ ସରାଫ, ତିଳ ମାଝୀ, ସୁଦର ମାଝୀ ପ୍ରମୁଖ ଉପସ୍ଥିତ ଥିଲେ । ଶୀତ ଋତୁରେ ବୃୃଦ୍ଧବୃଦ୍ଧା ମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ତାଙ୍କୁ କମ୍ବଳ ବଣ୍ଟନ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି । ଆଗକୁ ମଧ୍ୟ ଏହି ଭଲି କାର୍ଯ୍ୟକ୍ରମ ଜାରି ରହିବ ବୋଲି ଶ୍ରୀ ଯୋଶୀ ସୂଚନା ଦେଇଥିଲେ ।

Leave A Reply

Your email address will not be published.