csstore

ଚମକିବ ବଲାଙ୍ଗିର ମହାରାଣୀ ସାଗର : ସୂଚନା ଦେଲେ ପୌର ଅଧ୍ୟକ୍ଷା ଲିକା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଚମକିବ ବଲାଙ୍ଗିର ମହାରାଣୀ ସାଗର । ଜୋର୍‌ସୋର୍‌ରେ କାମ ଚାଲିଛି । ଆଜି ପରିଦର୍ଶନରେ ଆସି ପୌର ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ଏ ସଂପର୍କରେ ସୂଚନା ଦେଇଛନ୍ତି । ତେବେ ମୌସୁମୀ ଆସିବା ପୂର୍ବରୁ କାମ ସରିଯିବ ବୋଲି ଆଶା ରଖିଛନ୍ତି ଲିକା । ମହାରାଣୀ ସାଗରର ପଙ୍କ ଉଦ୍ଧାର ଏବଂ ସୌନ୍ଦର୍ଯ୍ୟକରଣ ପାଇଁ ରାଜ୍ୟ ସରକାରଙ୍କ ଅନୁଦାନରେ ତତ୍‌ତ୍ପରତାର ସହ କାମ ଚାଲିଥିବା ବେଳେ ଆଗାମୀ ମୌସୁମୀ ପରେ ବଲାଙ୍ଗିର ସହରର ସମସ୍ତ ଜଳାଶୟର ପଙ୍କ ଉଦ୍ଧାର ଏବଂ ସୌନ୍ଦର୍ଯ୍ୟକରଣ କାମ ହେବ ବୋଲି ପୌର ଅଧ୍ୟକ୍ଷା ଶ୍ରୀମତୀ ସାହୁ କହିଛନ୍ତି । ଆଗାମୀ ଦିନରେ ମହାରାଣୀ ସାଗରକୁ ଡ୍ରେନ୍‌ ପାଣି କିଭଳି ପଶି ପାରିବ ନାହିିଁ ସେ ଦିଗରେ ମଧ୍ୟ ବିଶେଷ ଧ୍ୟାନ ଦେଇ କାମ କରାଯାଉଥିବା ମଧ୍ୟ ସେ ସ୍ପଷ୍ଟ କରିଛନ୍ତି ।

jayashree
Leave A Reply

Your email address will not be published.