ବିଶାଳ ରୋଡ଼୍‌ ସୋ’ରେ ବିଜେପି ବିଧାୟକ ପ୍ରାର୍ଥୀ ଗୋପାଳଜୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ଆଜି ଭାରତୀୟ ଜନତା ପାର୍ଟି ପକ୍ଷରୁ ଏକ ବିଶାଳ ବାଇକ୍‌ ଶୋଭାଯାତ୍ରାର ଆୟୋଜନ ହୋଇଥିଲା । ବଲାଙ୍ଗିର ବିଜେପି ବିଧାୟକ ପ୍ରାର୍ଥୀ ଗୋପାଳଜୀ ପାଣିଗ୍ରାହୀ ଏକ ବିଶାଳ ବାଇକ୍‌ ରାଲିରେ ବାହାରି ବିଜେପି ସପକ୍ଷରେ ଭୋଟ ଭିକ୍ଷା କରିଛନ୍ତି । ଏକ ଖୋଲା ଜିପ୍‌ରେ ଶ୍ରୀ ପାଣିଗ୍ରାହୀ ରହିଥିବା ବେଳେ ବାଇକ୍‌ ରାଲି ବଲାଙ୍ଗିର ଟାଉନ ପରିକ୍ରମା କରିଛି । ଏହି ବାଇକ ଶୋଭାଯାତ୍ରାରେ ଦୁଇ ଜଣ ଓଡ଼ିଆ ସେଲିବ୍ରେଟି ଲିପିକା ସେନାପତି ଓ ରାକେଶ ସିଂହଦେଓ ଉପସ୍ଥିତ ଥିଲେ । ଶହ ଶହ ସଂଖ୍ୟାରେ ବିଜେପି କର୍ମୀମାନେ ବାଇକ୍‌ ରାଲିରେ ସାମିଲ୍‌ ଥିଲେ ।

Leave A Reply

Your email address will not be published.