oom

ଦିଲ୍ଲୀପଙ୍କ ପାଇଁ ପ୍ରଚାର କଲେ ସୂର୍ଯ୍ୟବଂଶୀ ସୁରଜ

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୁରଜ ରାଉରକେଲା ବିଜେପି ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କ ପାଇଁ ରାଉରକେଲାରେ ପ୍ରଚାର କରିଛନ୍ତି । ରାଉରକେଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ଶ୍ରୀ ରାୟଙ୍କୁ ବିଜୟୀ କରିବାକୁ ସେ ଅନୁରୋଧ କରିଛନ୍ତିି । ହକି ଭିଲେଜ ମେଫେୟାର ହୋଟେଲରେ ଭଦ୍ରକ ଅଞ୍ଚଳର ବାସିନ୍ଦାଙ୍କ ପକ୍ଷରୁ ଆୟୋଜିତ ସଭାରେ ସେ ଯୋଗ ଦେଇଥିଲେ । ପରେ ଛେଣ୍ଡର ଧାମରା ସଂଘ ଠାରେ ଯୋଗଦେଇ ସେ ଭଦ୍ରକ ଅଞ୍ଚଳର ବାସିନ୍ଦାଙ୍କ ଏକତା ଧାମରା ସଂଘ ହିଁ ପ୍ରମାଣିତ କରିଛି କହିବା ସହ ବିଜେପି ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କୁ ବିଜୟୀ କରିବା ପାଇଁ ନିବେଦନ କରିଥିଲେ । ଶ୍ରୀ ସୁରଜ ଏହି ଅବସରରେ କୋଏଲ ନଗର, ଶକ୍ତି ନଗର, ଜଗଦା, ବନ୍ଧମୁଣ୍ଡା, ପ୍ଲାଣ୍ଟ ସାଇଟ୍ ଆଦି ଅଂଚଳରେ ବାଇକ୍‌ ରାଲି କରିଥିଲେ । ସେ କହିଥିଲେ ଯେ, ଦୀର୍ଘ ତିରିଶି / ଚାଳିଶି ବର୍ଷ ତଳେ ଗଢ଼ିଉଠିଥିବା ବସ୍ତି ଗୁଡ଼ିକର ବିକାଶ ଯେମିତି ହେବା କଥା ସେମିତି ହୋଇପାରିନାହିଁ । ରାଉରକେଲା ସହରରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସମ୍ପୂର୍ଣ୍ଣ ଫେଲ୍‌ ମାରିଛି । ବିଡମ୍ବନା ଯେ, ଦୀର୍ଘ ଦଶ ବର୍ଷ ହେଲା ରାଉରକେଲା ମହାନଗର ନିର୍ବାଚନ ନହେବା । ଏହା ସରକାରଙ୍କ ଅକ୍ଷମତାକୁ ପ୍ରମାଣ କରୁଛି । ମହାନଗର ନିର୍ବାଚନ ହେଉନଥିବାରୁ ବସ୍ତିର ବିକାଶ ଆଖିଦୃଶିଆ ହୋଇପାରି ନାହିଁ । ବିଜେପି ସରକାର ଗଠନ ହେଲେ ମହାନଗର ନିର୍ବାଚନ ନିଶ୍ଚିତ କରାଯିବ ବୋଲି ସେ କହିଥିଲେ । ମେଫେୟାର କାର୍ଯ୍ୟକ୍ରମରେ ମହେନ୍ଦ୍ର ମହାନ୍ତି ଅଧ୍ୟକ୍ଷତା କରିଥିବା ବେଳେ ରଘୁନାଥପାଲି ବିଜେପି ବିଧାୟକ ପ୍ରାର୍ଥୀ ଦୁର୍ଗା ତନ୍ତୀ, ସନ୍ତୋଷ ଦାସ ଅଧିକାରୀ, ଅକ୍ଷୟ ଦାସ, ପ୍ରଦୀପ ନାୟକ, ଦୁର୍ଗା ମାଧବ ମହାନ୍ତି, ଉପେନ୍ଦ୍ର କୁମାର ନାୟକ, ପ୍ରକାଶ ମହାନ୍ତି ପ୍ରମୁଖ ବକ୍ତବ୍ୟ ରଖିଥିଲେ ।

jittmm
Leave A Reply

Your email address will not be published.