ଦିବ୍ୟାଙ୍ଗଙ୍କ ମତଦାନ ଗଣତାନ୍ତ୍ରିକ ଅଧିକାର ଆଲୋଚନାଚକ୍ର ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଦିବ୍ୟାଙ୍ଗଙ୍କ ପ୍ରତି ସମର୍ପିତ ଅନୁଷ୍ଠାନ ଶ୍ରଦ୍ଧା ଆନୁକୁଲ୍ୟରେ ଓ ଟାଟା ପାୱାର ପଶ୍ଚିମାଞ୍ଚଳ ଶାଖା ସହାୟତାରେ ସେକ୍ଟର ୧୬ ଦୁର୍ଗାପୂଜା ପଡ଼ିଆଠାରେ ଦିବ୍ୟାଙ୍ଗଙ୍କ ମତଦାନ ଗଣତାନ୍ତ୍ରିକ ଅଧିକାର ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଶ୍ରଦ୍ଧାର ସଭାପତି ପଶୁପତିନାଥ ଚାଟାର୍ଜୀଙ୍କ ସଭାପତିତ୍ୱ ଓ ସାଧାରଣ ସମ୍ପାଦକ କାର୍ତ୍ତିକ ପାଣ୍ଡବଙ୍କ ଆବାହକତ୍ଵ ତଥା ସଂଯୋଜନାରେ ଆୟୋଜିତ ଏହି ଆଲୋଚନାଚକ୍ରରେ ରାଉରକେଲାରେ ବିଶିଷ୍ଟ ଆଇନଜୀବୀ ଗିରିଶ ମହାପାତ୍ର ମୁଖ୍ୟ ଅତିଥି, ଟାଟା ପାୱାର ପଶ୍ଚିମାଞ୍ଚଳ ଶାଖାର ଲୋକସମ୍ପର୍କ ମୁଖ୍ୟ ଅରୁଣା ମାରାଣ୍ଡି ସମ୍ମାନିତ ଅତିଥି ଓ ଏନ୍‌ଆଇଟିର ସହାୟକ ପ୍ରଫେସର ଡ. ରାମକୃଷ୍ଣ ବିଶ୍ଵାଳ ମୁଖ୍ୟବକ୍ତା ଭାବେ ଯୋଗଦେଇ ଆଲୋଚ୍ୟ ବିଷୟ ସମ୍ପର୍କରେ ଆଲୋଚନା କରିଥିଲେ । ପ୍ରାରମ୍ଭରେ ସମ୍ପାଦକ ଶ୍ରୀ ପାଣ୍ଡବ ସାଗତ ଭାଷଣ, ଅତିଥି ମାନଙ୍କ ପରିଚୟ ଓ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିବା ସହ ଆଲୋଚ୍ୟ ବିଷୟ ସମ୍ପର୍କରେ ମତ ରଖିଥିଲେ । ମୁଖ୍ୟଅତିଥି ଶ୍ରୀ ମହାପାତ୍ର ଦାବ୍ୟାଙ୍ଗଙ୍କ ପ୍ରତି ଥିବା ସାମାଜିକ ଦାୟିତ୍ୱବୋଧ ଓ ଆଇନ କାନୁନରେ ଦିବ୍ୟାଙ୍ଗଙ୍କ ପ୍ରତି ଥିବା ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ । ଶାରିରୀକ ଓ ମାନସିକ ଅନଗ୍ରସର ବ୍ୟକ୍ତି ସମାଜର ଅଙ୍ଗ ହୋଇଥିବା ବେଳେ ଏମାନଙ୍କୁ ସେମାନଙ୍କ ଦାୟିତ୍ଵ ସମ୍ପର୍କରେ ସଚେତନ କରାଇବା ଆମର ଦାୟିତ୍ଵ ବୋଲି ମତ ରଖିଥିଲେ । ସମ୍ମାନିତ ଅତିଥି ଶ୍ରୀମତୀ ମାରାଣ୍ଡି କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଟାଟା ପାୱାର ଏଭଳି କାର୍ଯ୍ୟକ୍ରମରେ ଅଂଶିଦାର ହୋଇଥିବାରୁ ଗର୍ବିତ ବୋଲି କହିଥିଲେ । ମୁଖ୍ୟବକ୍ତା ଡ଼. ବିଶ୍ୱାଳ ତାଙ୍କ ବକ୍ତବ୍ୟରେ ନିର୍ବାଚନ କମିଶନ ଦିବ୍ୟାଙ୍ଗଙ୍କୁ ଭୋଟଦାନ ଦେବାପାଇଁ ଗୁରୁତ୍ଵ ଦେଉଥିବା ବେଳେ ସେମାନଙ୍କୁ ଭୋଟଦାନ କେନ୍ଦ୍ରକୁ ନେବା ଆଣିବା କରିବା ସହ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ, ତଥା ଦିବ୍ୟାଙ୍ଗଙ୍କ ଭୋଟଦାନ କିପରି ଗଣତାନ୍ତ୍ରିକ ସେ ସମ୍ପର୍କରେ ଆଲୋଚନା କରିଥିଲେ । ଅଭିଭାବକ ସଂଘର ରଞ୍ଜନ କୁମାର ମହାରଣା ନିଜ ଅଭିଜ୍ଞତାକୁ ବଖାଣି ଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରୋଜେକ୍ଟର ମାଧ୍ୟମରେ ଡ଼. ଶୃତି ମହାପାତ୍ର ଭିନ୍ନକ୍ଷମ ମାନେ କିପରି ଶତପ୍ରତିଶତ ଭୋଟ ଦେବେ ତଥା ରାଉରକେଲାର ବିଭିନ୍ନ ସ୍ଥାନରେ ହେଉଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦିଆଯାଇଥିଲା । ଏହି ଅବସରରେ ସୁଜାତା ରାଉତଙ୍କ ନିର୍ଦ୍ଦେଶନାରେ ଗିରିଜା ଶଙ୍କର ସ୍ୱାଇଁ ଓ ପ୍ରତିକ୍ଷା ସୁବୁଦ୍ଧି ସଚେତନତା ବାର୍ତ୍ତା ଥିବା ନୃତ୍ୟ ପରିବେଷଣ କରିଥିଲେ । ପ୍ରାରମ୍ଭରେ ସଭାପତି ଶ୍ରୀ ଚାଟାର୍ଜୀ ଆଲୋଚନା ଓ କାର୍ଯ୍ୟକ୍ରମର ଆବଶ୍ୟକତା ସମ୍ପର୍କରେ ମତ ରଖି ଦିବ୍ୟାଙ୍ଗଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ୍ କରିବା ପାଇଁ ଆହ୍ୱାନ ଦେଇଥିଲେ । ଶେଷରେ ସମ୍ପାଦକ ଶ୍ରୀ ପାଣ୍ଡବ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅମ୍ରିତ କୁମାର ଆଚାର୍ଯ୍ୟ, ଦୁର୍ଯ୍ୟୋଧନ ଛତ୍ରିଆ, ପ୍ରିତି ବାରିକ, ସିପୁନ ବେହେରା, ଅଞ୍ଜଳି ମହାରଣା, ଇତିଶ୍ରୀ ଦାସ, ସନ୍ତୋଷୀ ଜେନା, ମାନସ ରଞ୍ଜନ ସାମଲ, ଜିତୁ ସ୍ୱାଇଁ, ସୁକୁମାର ପାଣ୍ଡବ, ଧୀରେନ ଓଝା ଓ ଓଲ୍ଡ ଇଜ୍‌ ଗୋଲ୍ଡ ଟିମ୍‌ର କର୍ମକର୍ତ୍ତାଗଣ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.

nine − 4 =